Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଯାପିତ: ଓଡ଼ିଶାକୁ ୫ ସ୍ବର୍ଣ୍ଣ ସହ ୨୧ ପଦକ

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୮ ବ୍ରୋଞ୍ଜ ସମେତ ମୋଟ ୨୧ଟି ପଦକ ହାସଲ କରି ଟେବୁଲର ୧୭ତମ ସ୍ଥାନରେ ରହିଛି। ମହାରାଷ୍ଟ୍ର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟାଇଟଲ ହାସଲ କରିଛି। ଏହି ରାଜ୍ୟ ୭୮ ସ୍ବର୍ଣ୍ଣ, ୭୭ ରୌପ୍ୟ, ୧୦୧ ବ୍ରୋଞ୍ଜ ସମେତ ୨୫୬ଟି ପଦକ ହାସଲ କରି ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ହରିୟାଣା ୨୦୦(୬୮ ସ୍ବର୍ଣ୍ଣ, ୬୦ ରୌପ୍ୟ, ୭୨ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ଏବଂ ଦିଲ୍ଲୀ ୧୨୨(୩୯ ସ୍ବର୍ଣ୍ଣ, ୩୬ ରୌପ୍ୟ, ୪୭ ବ୍ରୋଞ୍ଜ) ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରତ୍ୟାଶାଙ୍କୁ ତୃତୀୟ ରୌପ୍ୟ
ଓଡ଼ିଶାର ପ୍ରତିଭା ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ବ୍ୟକ୍ତିଗତଭାବେ ତୃତୀୟ ରୌପ୍ୟ ପଦକ ଲାଭ କରିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ୩୨.୧୬ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଳ ୩୧.୫୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉତ୍ତର ପ୍ରଦେଶର ଆଲିଆ ସିଂ ୩୩.୭୬ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତ୍ୟାଶା ଏହା ପୂର୍ବରୁ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୩୦.୮୫ ସେକେଣ୍ଡ ଏବଂ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧:୦୯.୩୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲେ।
ବାଳିକା ଫୁଟବଲରେ ରୌପ୍ୟ, ବ୍ରୋଞ୍ଜ
ପ୍ରତିଯୋଗିତାରେ ମମତା ସାମନ୍ତଙ୍କ ପ୍ରଶିକ୍ଷଣପ୍ରାପ୍ତ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ ଦଳ ମଧ୍ୟ କମାଲ ଦେଖାଇଛନ୍ତି। ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ସମୃଦ୍ଧ ହରିୟାଣାଠାରୁ ବୁଧବାର ଫାଇନାଲରେ ୧-୩ ଗୋଲରେ ହାରି ଦଳ ରୌପ୍ୟ ପଦକ ପାଇଥିଲେ ହେଁ ପିଲାମାନେ ଭଲ ଅଭିଜ୍ଞତା ପାଇଛନ୍ତି। ପ୍ରତିଯୋଗିତା ବହୁତ ଟପ୍‌ ଥିଲା। ସେମିଫାଇନାଲରେ ଆମେ ଘରୋଇ ଆସାମକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚତ୍ଥିଲୁ। ଫାଇନାଲରେ ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଖେଳିଥିବା ହରିୟାଣା ବିପକ୍ଷରେ ଦଳ ଭଲ ଖେଳିଥିଲେ ହେଁ ହାରି ଯାଇଥିଲା। ତେବେ ଦଳର ପ୍ରଦର୍ଶନରେ ମୁଁ ସନ୍ତୁଷ୍ଟ। ପିଲାମାନେ ଏଥିରୁ ଅନେକ କିଛି ଜାଣିବାକୁ ପାଇଛନ୍ତି“ ବୋଲି ଦଳର ମୁଖ୍ୟ କୋଚ୍‌ ମମତା ପ୍ରକାଶ କରିଛନ୍ତି। ଫାଇନାଲରେ ଓଡ଼ିଶା ପକ୍ଷରୁ ସରିତା ସୋରେଙ୍ଗ ୫୫ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ହରିୟାଣା ପକ୍ଷରୁ ତନୁ, ରଜନୀ ବାଲା ଓ ପିଙ୍କି ଗୋଲ ଦେଇଥିଲେ। ସେହିପରି ଅନ୍ତିମ ଦିବସରେ ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ଫୁଟବଲର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ଘରୋଇ ଆସାମକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ପକ୍ଷରୁ ଦୀପା ନାୟକ ୯ମ, ସୁମନ ମହାପାତ୍ର ୪୪ତମ ଏବଂ ଯଶୋଦା ମୁଣ୍ଡା ୫୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ବନିତାଙ୍କୁ ବ୍ରୋଞ୍ଜ
୨୧ ବର୍ଷରୁ କମ୍‌ ବାଳିକା ଭାରୋତ୍ତୋଳନର ୮୭ କେଜି ବର୍ଗରେ ଓଡ଼ିଶାର ବନିତା ଘଡ଼େଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ମୋଟ ୧୫୮(୭୨+୮୬) କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। କର୍ନାଟକର ଏସ.ଆର.ଉଷା ୧୭୦ ଓ ଉତ୍ତର ପ୍ରଦେଶର ଶିଭାଙ୍ଗି ସିଂ ୧୬୯ କେଜି ଭାରୋତ୍ତୋଳନ କରି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri