ଖୁସି ଖବର: ମହାରାଷ୍ଟ୍ରର କିଛି ଜିଲା ହେଲା କରୋନା ମୁକ୍ତ

ମୁମ୍ବାଇ,୧୧।୪: ମହାରାଷ୍ଟ୍ର ଏବେ କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିସାରିଛି। ହେଲେ ଖୁସିର କଥା ହେଉଛି ଏଠାକାର ପ୍ରାୟ ୯ ଜିଲାରେ ଜଣେ ହେଲେ କରୋନା ସଂକ୍ରମିତ ନ ଥିବା କହିଛି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏସବୁ ଜିଲା ଗୁଡିକ ହେଉଛି, ଧୂଲେ, ନନ୍ଦୁରବାର, ସୋଲାପୁର, ପରଭାନି, ନାନ୍ଦେଡ, ଓ୍ବାର୍ଦ୍ଧା, ଭଣ୍ଡାରା ଚନ୍ଦ୍ରପୁର ଓ ଗଡ଼ଚିରୋଲି। ସେହିପରି ଆଉ ୮ ଜିଲାରେ ମାତ୍ର ଜଣେ ଲେଖାଏଁ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ରବିବାର ସୁଦ୍ଧା ନାସିକ, ଜଲଗାଓଁ, ସିନ୍ଧୁଦୁର୍ଗ, ଜଲନା, ହିନ୍ଦୁ, ବିଡ, ଓ୍ବାସିମ ଓ ଗୋନ୍ଦିଆ ଜିଲା କରୋନା ମୁକ୍ତ ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶନିବାର ସକାଳ ସୁଦ୍ଧା ସର୍ବାଧିକ ୧,୫୭୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୦ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

Share