ଖୁସି ଆଣିଲା ଲଘୁଚାପ ବର୍ଷା

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍‌ ଚାଷ କାର୍ଯ୍ୟ ଜୋର୍‌ ଧରିଛି। ତଥାପି ଅଗଷ୍ଟ ୧୩ ସୁଦ୍ଧା ଜିଲାରେ ହୋଇଥିବା ବର୍ଷା ହାରାହାରି ପରିମାଣଠାରୁ ୩.୯୮% କମ୍‌ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା ଜିଲାରେ ୭୯୯.୧୨ ମିମି ବର୍ଷା ହେବା କଥା। ହେଲେ ଏବେ ସୁଦ୍ଧା ୭୬୭.୩୪ ମିମି ବର୍ଷା ହୋଇଛି। ପରଜଙ୍ଗ ଏବଂ ଗଁଦିଆ ବ୍ଲକରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇଛି। ତେବେ ଅଗଷ୍ଟ ୧୩ ସୁଦ୍ଧା ହୋଇଥିବା ବର୍ଷାର ପରିମାଣକୁ ସମୀକ୍ଷା କଲେ ତାହା ୧୮.୨୧% ଅଧିକ। ଅଗଷ୍ଟ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଜିଲାରେ ସ୍ବାଭାବିକ ବର୍ଷାର ପରିମାଣ ୧୪୪.୫୯ ମିମି। ଏବେ ସୁଦ୍ଧା ୧୭୦.୯୩ ମିମି ବର୍ଷା ହୋଇଛି।
ଚଳିତବର୍ଷ ଖରିଫ୍‌ ଋତୁରେ ୯୪,୯୪୦ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଲଘୁଚାପ ବର୍ଷା ପରେ ୮୨,୯୪୦ ହେକ୍ଟର ଜମିରେ ବୁଣା, ରୁଆ ଏବଂ ବେଉଷଣ କାର୍ଯ୍ୟ ଜୋର୍‌ ଧରିଛି। ସେହିପରି ୯୦,୧୬୦ ହେକ୍ଟର ଅଣଧାନ ଚାଷ ଜମି ମଧ୍ୟରୁ ୭୬,୬୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆଗେଇଛି। ସରକାରଙ୍କ ପକ୍ଷରୁ ୬,୮୦୦ କୁଇଣ୍ଟାଲ ଧାନ ବିହନ ପ୍ରଦାନ କରାଯାଇଥିଲା। ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ୬,୬୩୦ କୁଇଣ୍ଟାଲ ବିହନ ବଣ୍ଟନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଅଗଷ୍ଟ ପ୍ରଥମ ସପ୍ତାହରେ ଲଗାଣ ବର୍ଷା ଏବଂ ଏହା ପରେ ପରେ ଲଘୁଚାପ ବର୍ଷା ଚାଷକୁ ସୁହାଇଛି। ଧାନଚାଷ କାମ ଜୋର ଧରିଛି। ଅଦ୍ୟାବଧି ଫସଲରେ ପୋକ ଉପଦ୍ରବ ଅଭିଯୋଗ ଆସନାହିଁ। ଚାଷୀଙ୍କୁ ଠିକ୍‌ ସମୟରେ ବିହନ ବଣ୍ଟାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri