ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର : ଖୋର୍ଦ୍ଧାରୁ ଭୁବନେଶ୍ୱର ମଧ୍ୟରେ ଜମି ଚିହ୍ନଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଭୁବନେଶ୍ୱରରୁ ଏବେ ଦୈନିକ ୭୦ରୁ ୮୦ ବିମାନ ଚଳାଚଳ କରୁଛି। ବ୍ୟାଙ୍କକ୍‌ ଓ କୁଆଲାଲମ୍ପୁରକୁ ଦୁଇ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍‌ ଚାଲୁଛି। ଧୀରେ ଧୀରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏତେ ବଡ଼ ଟର୍ମିନାଲ ବିଲ୍ଡିଂ ଥାଇ ମଧ୍ୟ ତାହା କମ୍‌ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏବେ ଆଉ ଏକ ବିମାନବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ)ର ଚେୟାରମ୍ୟାନ୍‌ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏଥିପାଇଁ ଜମି ଚିହ୍ନଟ କରିବା ଆମର ପ୍ରାଥମିକ କାମ ହୋଇଥିବା ବେଳେ ରାଜ୍ୟ ସରକାର ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ୩ଟି ସ୍ଥାନ ଚିହ୍ନଟ କରିଛନ୍ତି। ଟେକ୍ନିକାଲ ସର୍ଭେ ପରେ ଆମେ ଗୋଟିଏ ସ୍ଥାନ ଉପରେ ନଜର ରଖିଛୁ। ସେଠାରେ ଦ୍ୱିତୀୟ ବିମାନବନ୍ଦର ହେବା ଯଥେଷ୍ଟ ସମ୍ଭାବନା ରହିଛି। ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ପ୍ରୟାସ କରୁଛନ୍ତି।
ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ମହାପାତ୍ର ଏହା କହିଛନ୍ତି। ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ଏଏଆଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି। ଏହାସହିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। ଏବେ ଏଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଚାଲିଛି। ଏୟାର୍‌ ଇଣ୍ଡିଆ ବ୍ୟବହାର କରୁଥିବା ପୁରୁଣା ଟର୍ମିନାଲ ବିଲ୍ଡିଂର ନବୀକରଣ କରାଯାଉଛି। ୩୦ରୁ ୪୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ଇଣ୍ଟେରିୟରକୁ ନୂଆ ରୂପ ଦିଆଯାଉଛି। ତାହାକୁ ନୂଆ ଟର୍ମିନାଲ ବିଲ୍ଡିଂ ସହ ଯୋଡ଼ାଯିବ। ଏଥିପାଇଁ ୭୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡ଼ା ଆଉ ଏକ ବଡ଼ ଟର୍ମିନାଲ ବିଲ୍ଡିଂ ତିଆରି ହେଉଛି। ଏଥିପାଇଁ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆପ୍ରୁଭାଲ ମିଳିସାରିଥିବା ବେଳେ ୯୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌ କାମ ସରିବା ପରେ ରନ୍‌ଓ୍ବେରେ ଏବେ ଯେତିକି ଫ୍ଲାଇଟ୍‌ ଚଳାଚଳ କରୁଛି, ତା’ର ଦୁଇଗୁଣା ଅଧିକ ଫ୍ଲାଇଟ୍‌ ଚଳାଚଳ କରିପାରିବ। ଫଳରେ ଭୁବନେଶ୍ୱରରେ ଅଧିକ ଫ୍ଲାଇଟ୍‌ ଦେବା ପାଇଁ ସୁବିଧା ହେବ। ଏବେ ଏରୋବ୍ରିଜ୍‌ କମ୍‌ ଥିବା ଯୋଗୁ ବସ୍‌ ବୋର୍ଡିଂ ହେଉଛି। ଆଉ ଦୁଇଟି ନୂଆ ଏରୋବ୍ରିଜ୍‌ ହେବା ପରେ ବସ୍‌ ବୋର୍ଡିଂ ବନ୍ଦ ହୋଇଯିବ। ଅକ୍ଟୋବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ୪ ଏରୋବ୍ରିଜ୍‌ କାର୍ଯ୍ୟକ୍ଷମ ହେବ। ବିମାନବନ୍ଦରର ସୌନ୍ଦର୍ଯ୍ୟକରଣ, ସ୍ବଚ୍ଛ ଓ ପରିମଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତୀତ ଓଡ଼ିଶାରେ ଏବେ ଉତ୍‌କେଲା ଏବଂ ଜୟପୁରରେ ଉଡାନ୍‌ ସ୍କିମ୍‌ ଅଧୀନରେ ଦୁଇ ନୂଆ ବିମାନବନ୍ଦର କାମ ଚାଲିଛି। ନଭେମ୍ବର ସୁଦ୍ଧା ଦୁଇଟି ଯାକ ଏୟାରପୋର୍ଟ କାମ ସରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri