ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ: ଜେଲର, ଓ୍ବାର୍ଡନ ଅତ୍ୟାଧୁନିକ ପ୍ରଣାଳୀରେ ନେବେ ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ):ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ ରହିଛି। ପୁରୁଣା ଢାଞ୍ଚା ଓ ଦୂର ସ୍ଥାନ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଜେଲରମାନେ ଯାଇ ଟ୍ରେନିଂ ନେବାରେ ସମସ୍ୟା ହେଉଛି। ଏବେ କିନ୍ତୁ ଏହି ସମସ୍ୟା ଦୂର ହେବାକୁ ଯାଉଛି। ଖୋର୍ଦ୍ଧା ଜିଲା ଜାମୁଝରୀ ନିକଟରେ ଅତ୍ୟାଧୁନିକ ଢାଞ୍ଚାରେ ‘ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ’ ନିର୍ମାଣ କରାଯାଇଛି। ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବୋଲି ନିକଟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ବିଭାଗୀୟ ଡିଜି ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେଲର, ଓ୍ବାର୍ଡନ ଓ ଅନ୍ୟ କର୍ମଚାରୀମାନେ ଏଠାରେ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରେନିଂ ନେଇପାରିବେ। ଜେଲ ଓ କଏଦୀଙ୍କ ସୁରକ୍ଷା, କଏଦୀଙ୍କୁ ଶୃଙ୍ଖଳିତ ପରିଚାଳନା ସହ ଭଲ ବ୍ୟବହାର ପ୍ରଦର୍ଶନ ମାଧ୍ୟମର ପରିବର୍ତ୍ତନ ଆଦି ଉପରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବ। ଅନେକ ସମୟରେ କଏଦୀଙ୍କୁ କୋର୍ଟକୁ ନେବା ସମୟରେ ଚମ୍ପଟ ମାରୁଛନ୍ତି। ଏହାକୁ କିଭଳି ରୋକିହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଦିବ। ବିଶେଷକରି ଅଧିକ ଦିନ ଜେଲ୍‌ ଦଣ୍ଡ ଭୋଗୁଥିବା କଏଦୀ ଯେପରି ମାନସିକ ସଜା ନ ଭୋଗନ୍ତି, ସେଥିପାଇଁ ପାଠ ପଢ଼ାଯିବ।
ଏହାସହ ତିହାର ଜେଲ ଭଳି ଓଡିଶାରେ ମଧ୍ୟ ଜେଲ ବିଭାଗ ପକ୍ଷରୁ ଇ-ମାର୍କେଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ରାଜ୍ୟରେ ଏବେ ପ୍ରାୟ ୧୮ ହଜାର କଏଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଢେଇ ହଜାର ସଜା ପାଇଥିବା ବେଳେ ୧୬ ହଜାର ବିଚାରାଧୀନ କଏଦୀ ରହିଛନ୍ତି। ସଜା ପାଇଥିବା କଏଦୀମାନେ ବିଭିନ୍ନ ବ୍ୟବସାୟିକ ସାମଗ୍ରୀ ପ୍ରସ୍ତୁତ କରି ଜେଲ ବିଭାଗକୁ ଆୟ ଦେଉଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କଏଦୀମାନେ ୬୬ଲକ୍ଷ ଟଙ୍କା ଆୟ କରିଛନ୍ତି। ଇ-ମାର୍କେଟିଂ ଦ୍ୱାରା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ସ୍ବତନ୍ତ୍ର ଟ୍ରେଡ୍‌ମାର୍କ ଲଗାଇ ବଜାରକୁ ଛଡ଼ାଯିବ। ଏଥିପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଖୋଲାଯିବ। ପ୍ରତିଦିନ କଏଦୀଙ୍କ ଖାଇବା ବାବଦରେ ୬୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସଜା ପାଇଥିବା କଏଦୀଙ୍କୁ ପାରିଶ୍ରମିକ ବାବଦ ୪୦ ଟଙ୍କା ପାରିଶ୍ରମିକ ଦିଆଯାଉଛି, ଯାହାକି ତାଙ୍କ ଆକାଉଣ୍ଟରେ ରଖାଯିବ। ଏହାସହ ଜେଲରେ ଖାଲି ପଡିଥିବା ଡାକ୍ତର ପଦବୀ, ବିଲ୍ଡିଂ, ପାଣି ଓ ଆଲୋକ ବ୍ୟବସ୍ଥା କରାଯିବ ବୋଲି ଡିଜି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri