ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

 

ବିନିକା,୧୦।୯(ଡି.ଏନ୍‌.ଏ.):
ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର ୪ ପାଲି ରଏବାର ପାଲନ୍‌ କରାଯାଏସି। ମା’ବହେନ୍‌ମାନେ ଇ ଉଷାକେ ନିଷ୍‌ଠାର ସହିତ ପାଲନ୍‌ କରସନ୍‌। ସେନ୍‌ତା ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଅନେକ ଗଁାଗଁଡ଼ାରେ ଗଲା ରଏବାର ଧୁମ୍‌ଧାମ୍‌ରେ ଖୁଦୁରୁକୁଣୀ ଉଷା ଉଦ୍‌ଯାପିତ ହେଇଛେ। ଗଲା ୧୮ା୮ା୨୦୧୯ ତାରିଖ ରଏବାରନୁ ଆରମ୍‌ ହେଇଥିବାର ଇ ଓଷା ୮ା୯ା୨୦୧୯ ରଏବାର ଉଦ୍‌ଯାପିତ ହେଇଛେ।
ଇ ପୂଜାରେ ମା’ ବହେନ୍‌ମାନେ ନିଜର ଭାଇ, ପରିବାରର ମଂଗଲକାମନା କରି ଉପାସ ରହେବାର ସଂଗେ ସଖାଲୁ ଗଧାବୁଡ଼ା ସାରି ସଫା ଲୁଗା ପିଁଧି ଶିବକଁର ପୂଜାପାଠ୍‌ କରସନ୍‌। ସେନ୍‌ତା ବେଲବୁଡ଼େ ମା’ମଙ୍ଗଳାକଁର ପୂଜାପାଠ୍‌ କରସନ୍‌। ଇ ପୂଜାରେ ମା’ମଙ୍ଗଳାକଁର ପାସେ ୧୨ ପରକାରର ଫଲମୂଲ ଲାଗ୍‌ସି। ପୂଜା ଉତାରୁ ଝନେ ବାମ୍‌ହନ ଓଷେଇତିମାନକୁ ବ୍ରତ କଥା ପଢ଼ି ଶୁନାସନ୍‌। ରାତିରେ ପୂଜା ସଏଲା ଉତାରୁ ମା’ମାନେ ପରସାଦ ପାଏସନ୍‌। ଏନ୍‌ଥେଇ ମା’ମାନେ ଭୁଦୋର ୪ ପାଲି ରଏବାର ପୂଜା କରବାର ରିକ୍‌ମା କେନ୍‌କାଲୁ ଚଲିଆସୁଛେ। ଶେଷ୍‌ ରଏବାର ଓଷେଇତିମାନେ ପିଠାମଡା, ନାନା ଜାତିର ମିଠା ମା’ମଙ୍ଗଳାକଁର ପାସେ ଭୋଗ୍‌ ଲଗାସନ୍‌। ସବୁପାଲି ଝନେ ବାମ୍‌ହନ ଇଷେଇତିମାନକୁ ବ୍ରତ କଥା ପଢ଼ି ଶୁନାବାର ସଂଗେ ପୂଜାପାଠ୍‌ କରସନ୍‌। ଏନ୍‌ଥେଇ ଗଲା ରଏବାର ବିନିକା ବ୍ଲକର ଭିନେ ଭିନେ ଗଁାରେ ଓଷେଇତିମାନେ ଖୁଦୁରୁକୁଣୀ ଓଷା ପାଲନ କରିଥିଲାବେଲେ ସିଂଘିଯୁବା ଗଁାରେ ବିପ୍ଲବରଂଜନ ଦାଶ, କଦଳୀପାଲି ଆର ଖଇରମାଲ ଗଁାରେ ବଳରାମ ପାଢ଼ୀ ବ୍ୟାସ ହିସାବେ ଖୁଦୁରୁକୁଣୀ ବ୍ରତ କଥା ପଢ଼ି ଓଷେଇତିମାନକୁ ଶୁନେଇଥିଲେ। ସୋମବାର ପହପହନୁ ଓଷେଇତିମାନେ ବିନିକା ପାପକ୍ଷୟ ଘାଟେ ମା’ମଙ୍ଗଳାକଁର ମୂର୍ତ୍ତି ବିସରଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri