ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ

ଖୁଣ୍ଟା ,୫ା୮(ଡି.ଏନ୍‌.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଶ୍ରାବଣ ମାସର ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ଗତ ମାସରେ କାଳ ବୈଶାଖୀ ଓ ଲଘୁଚାପ ପ୍ରଭାବରେ ୪/୫ ଦିନ ବର୍ଷା ହୋଇଥିବା ବେଳେ ସେହି ପାଣିରେ କେତେକ ଚାଷୀ ତଳି ପକାଇଥିଲେ। ଉକ୍ତ ତଳି ଏବେ ରୋଇବା ଅବସ୍ଥାକୁ ଆସିଥିଲେ ମଧ୍ୟ ବର୍ଷା ଅଭାବରୁ ଜମି ଚାଷ ହୋଇପାରୁ ନାହିଁ। ସେହିପରି ଅନ୍ୟ କେତେକ ଚାଷୀ ତଳି ପକାଇବା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବର୍ଷାଭାବରୁ ଜମି ଫାଟି ଆଁ କଲାଣି। କେତେକ ସ୍ଥାନରେ ତଳିଘେର ମଧ୍ୟ ଶୁଖି ଗଲାଣି। ଚାଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ କରି ଅଧିକ ଅମଳ ଆଶାରେ ଚଢା ଦାମ ଦେଇ ବିହନ କିଣି ତଳି ପକାଇ ଥିଲାବେଳେ ଏଭଳି ପରିସ୍ଥିତିରେ ସେମାନେ ଦୁଶ୍ଚିନ୍ତାରେ କାଳ କାଟୁଛୁନ୍ତି। ବ୍ଲକ ଅଧୀନରେ ଛୋଟ ଛୋଟ କେତୋଟି ଆଡ଼ି ବନ୍ଧ ରହିଥିଲେ ମଧ୍ୟ ବର୍ଷା ନ ହେବାରୁ ସେଥିରେ ପାଣି ନାହିଁ। ଫଳରେ ଚାଷୀମାନେ ନିରାଶ ହୋଇପଡିଛନ୍ତି। ଯେଉଁ କେତୋଟି ସେଚ ପଏଣ୍ଟ କାର୍ଯ୍ୟକ୍ଷମ ଅଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କୃଷି ବିଭାଗ ସୂଚନା ଅନୁଯାୟୀ ବ୍ଲକ ଅଧୀନରେ ଚଳିତ ଖରିଫ ଋତୁରେ ୧୩,୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ଗତ ବର୍ଷ ଜୁଲାଇ ସୁଦ୍ଧା ଚାଷ ଉପଯୋଗୀ ବର୍ଷା ହୋଇଥିବା ବେଳେ ଚଳିତବର୍ଷ ୫୦ ପ୍ରତିଶତ କମ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଚାଷୀମାନେ ନିଜସ୍ବ ଆୟୋଜନରେ ମାତ୍ର ୨୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ କରିପାରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ସ୍ବଳ୍ପ ପରିମାଣର ବର୍ଷା ହୋଇଛି। ସେହି ବର୍ଷା ଚାଷ ପାଇଁ ଯଥେଷ୍ଟ ନୁହେଁ ବୋଲି ଚାଷୀ ଭବେଶ୍ୱର ମହଲା କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚଳିତ ବର୍ଷ ଖରିଫ ଚାଷ ନିଶ୍ଚିତ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Bangladesh Election 2026: ତାରିକ ରହମାନଙ୍କ ବିଜୟ ପରେ ବିଦାୟ ନେବେ କେୟାର ଟେକର ‘ୟୁନୁସ’, ଏବେ କ’ଣ ରହିଛି ଯୋଜନ? ଜାଣନ୍ତୁ…

ଢାକା,୧୪।୨: ବାଂଲାଦେଶ ବର୍ତ୍ତମାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛି। ଆୱାମୀ ଲିଗର ପତନ ପରେ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡକ୍ଟର ମହମ୍ମଦ ୟୁନୁସ କ୍ଷମତାର…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

୫ ଓଏଏସ୍‌ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୧୪ା୨(ରବିନାରାୟଣ ଜେନା):ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri