ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ ପାରମ୍ପରିକ ଶାଢ଼ୀରେ ମଧ୍ୟ ଦେଖିବାକୁ ମିଳିଥାଏ। ସୋମବାର ସକାଳେ ଜାହ୍ନବୀ ଭିଆଇପି ବ୍ରେକ୍‌ ସମୟରେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଦର୍ଶନ କରିଛନ୍ତି। ସେ ପୁଣି ୧୨ କିଲୋମିଟର ଖାଲି ପାଦରେ ପାହାଡ଼ ଚଢ଼ି ତିରୁପତିଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଏହାର କିଛି ଫଟୋକୁ ଜାହ୍ନବୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

 

ଶେୟାର ହୋଇଥିବା ଫଟୋଗୁଡିକରେ କେଉଁଠି ଜାହ୍ନବୀ ଶିଢ଼ି ଚଢ଼ୁଛନ୍ତି ତ କେଉଁଠି ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି। ହ୍ବାଇଟ୍‌ କଲରର ଶାଲଓ୍ବାରରେ ସେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟ କଥା କହିବାକୁ ଗଲେ ତାଙ୍କ ହାତରେ ଏବେ ବହୁ ପ୍ରୋଜେକ୍ଟ ରହିଛି। ଖୁବ୍‌ଶୀଘ୍ର ସେ ଫିଲ୍ମ ‘ଗୁଞ୍ଜନ ସାକ୍ସସେନା’ରେ ନଜର ଆସିବେ। ସେଥିରେ ତାଙ୍କୁ ଜଣେ ଫାଇଟର ପାଇଲଟ ଭୂମିକାରେ ଦେଖିବାକୁ ମିଳିବ।

Share