‘ଖାନ୍‌ଦାନି ଶାଫାଖାନା’ରେ ସାମାଜିକ ଅଙ୍ଗିକାରବଦ୍ଧତା ରହିଛି: ସୋନାକ୍ଷୀ

ନୂଆଦିଲ୍ଲୀ: ସମାଜରେ ସେକ୍ସ ଏକ ନିଷିଦ୍ଧ ବିଷୟବସ୍ତୁ ହୋଇ ରହିଛି। ସେ ସମ୍ପର୍କରେ ଆଗାମୀ ଫିଲ୍ମ ‘ଖାନ୍‌ଦାନି ଶାଫାଖାନା’ ଲୋକଙ୍କ ମନରେ ପରିବର୍ତ୍ତନ ଆଣିବ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ଶିଳ୍ପୀ ଦାସଗୁପ୍ତାଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମରେ ଜଣେ ତରୁଣୀଙ୍କ ଜୀବନଯାତ୍ରା ବିଷୟ ବର୍ଣ୍ଣନା କରାଯାଇଛି, ଯିଏ ନିଜ ଅଙ୍କଲ୍‌ଙ୍କ ମୃତ୍ୟୁ ପରେ ଏକ ସେକ୍ସ କ୍ଲିନିକ୍‌ର ଉତ୍ତରାଧିକାରୀ ସାଜିଛନ୍ତି। ଫିଲ୍ମର ସମ୍ପୂର୍ଣ୍ଣ ବିଷୟବସ୍ତୁ ଶୁଣିବା ପରେ ଏଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ସୋନାକ୍ଷୀ। ଏଥିରେ ସାମାଜିକ ପରିବର୍ତ୍ତନର ବାର୍ତ୍ତା ରହୁଥିବାରୁ ଏବଂ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆଲୋଚନାର ଅପେକ୍ଷା ରଖୁଥିବା ସୋନାକ୍ଷୀ ପ୍ରକାଶ କରିଥିଲେ। ସେକ୍ସକୁ ନେଇ ସମାଜରେ ଯେଭଳି କଟକଣା ରହିଛି ତାହା ଏହି ଫିଲ୍ମ ଦ୍ୱାରା ଦୂରେଇ ପାରିବ କି ପ୍ରଶ୍ନରେ ସୋନାକ୍ଷୀ କହିଲେ, ‘ସେ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ଭାବୁଛି।’ ଉକ୍ତ ଫିଲ୍ମର ମିଳିତ ପ୍ରଯୋଜନା କରୁଛନ୍ତି ଭୂଷଣ କୁମାର, ମହାବୀର ଜୈନ, ମ୍ରିଘଦୀପ ସିଂ ଲାମ୍ବା ଏବଂ ଦିବ୍ୟ ଖୋସ୍‌ଲା କୁମାର। ଏହା ଅଗଷ୍ଟ ୨ରେ ରିଲିଜ ହେବାର ଅଛି।

Share