ଖାଇବାକୁ ନ ପାଇ ଘରମୁହାଁ ହେଉଥିଲେ ପଶ୍ଚିମବଙ୍ଗର ୧୧ ଶ୍ରମିକ: ଉଦ୍ଧାର ପରେ ରଖାଗଲା ଆଇସୋଲେଶନ ସେଣ୍ଟରରେ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୧୧ ଶ୍ରମିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ କାଳିଆବାଲି ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ଉକ୍ତ ଶ୍ରମିକ ଗୋପାଳପୁରରେ ରହି ଠିକାଦାରଙ୍କ ଜରିଆରେ କାମ କରୁଥିଲେ। କରୋନା ନେଇ ହୋଇଥିବା ଲକ୍‌ଡାଉନ ଯୋଗୁ ସେମାନଙ୍କ କାମ ବନ୍ଦ ହୋଇଯାଇଛି। ଫଳରେ ଖାଇବାକୁ ନ ପାଇ ସେମାନେ ଘରକୁ ଫେରିବା ପାଇଁ ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ଜଣାପଡ଼ିଛି।