ଖାଁ ଖାଁ କାକଟପୁର ମଙ୍ଗଳା ମନ୍ଦିର

କାକଟପୁର,୧୧।୪: କରୋନା(କୋଭିଡ୍‌ ୧୯) ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିରର ୪ଦ୍ୱାର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ଇତିମଧ୍ୟରେ ମା’ଙ୍କ ପାଞ୍ଚପାଳି ଯାତ୍ରା ମଧ୍ୟ ବନ୍ଦ ଭିତରେ ସରିଯାଇଛି। କେବଳ ମା’ଙ୍କ ନୀତିକାନ୍ତି ଚାଲିଛି। ଯେଉଁ ସେବାୟତଙ୍କର ଯେଉଁଦିନ ପାଳି ଥାଏ ସେଦିନ ସେ ମନ୍ଦିରକୁ ଯାଇ ନୀତିକାନ୍ତି କରୁଛନ୍ତି। ମା’ଙ୍କର ଚାରିଦ୍ୱାର ମଧ୍ୟରୁ କେବଳ ଦକ୍ଷିଣ ଦ୍ୱାରଦେଇ ସେବାୟତ ଯାଇ ମା’ଙ୍କର ନୀତିକାନ୍ତି କରିଛନ୍ତି।