ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍‌ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ ବିଗିଡିଥିବା ଆର୍ଥତ୍କ ଢାଞ୍ଚାରେ ତ୍ୱରିତ ଉନ୍ନତି ଆସୁ ନ ଥିବାରୁ ଏହାର ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡୁଥିବା ଜଣାପଡିଛି। ଇନ୍‌ ଏଣ୍ଡ ବ୍ରାଡଷ୍ଟ୍ରିଟ ଇକୋନୋମି ଅବଜରଭର ତଥ୍ୟ ମୁତାବକ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ଅଭିବୃଦ୍ଧି ହାର ଶୀଥିଳ ରହିବା ନେଇ ଆଶଙ୍କା କରାଯାଇଛି। ଦେଶର ମାନଫାକଚରିଂ କ୍ଷେତ୍ର ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଜୁଲାଇ ମାସରେ ଆଇଆଇପି ୨.୫%ରୁ ୩% ଅଭିବୃଦ୍ଧି ହାସଲ କରିପାରେ। ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଘୋଷଣା ଏବଂ ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ କମ୍ପାନୀଗୁଡିକ ଲାଗି କିଛିଟା ଆଶ୍ୱସ୍ତି ଆଣିପାରେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ଆର୍ଥତ୍କ ପ୍ୟାକେଜ ଆସିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଇନ୍‌ ଆଣ୍ଡ ବ୍ରାଡଷ୍ଟ୍ରିଟ ଇଣ୍ଡିଆର ମୁଖ୍ୟ ଅର୍ଥନୀତଜ୍ଞ ଅରୁଣ ସିଂ କହିଛନ୍ତି ଯେ, ବିଶ୍ୱ ଏବଂ ଘରୋଇ ବଜାରରେ ରହିଥିବା ବିଭିନ୍ନ ଅସୁବିଧାର ପ୍ରଭାବ ଦେଶର ତ୍ୱରିତ ଅଭିବୃଦ୍ଧି ରାସ୍ତାରେ ବାଧକ ହେଉଛି। ଏଥି ଲାଗି ଅଭିବୃଦ୍ଧି ଧାରା ପ୍ରଭାବିତ ହେଉଛି। ଦେଶର ଆର୍ଥତ୍କ ଢାଞ୍ଚାରେ ଆସିଥିବା ପ୍ରଭାବକୁ ତୁରନ୍ତ ସମାଧାନ କରିବା ଏତେଟା ସହଜ ନୁହେଁ। ସରକାର ଅର୍ଥନୀତିର ବିଭିନ୍ନ ଦିଗକୁ ବିଚାର କରିବା ସହ ସମାଧାନ ଲାଗି ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଅର୍ଥନୀତିକୁ ନେଇ ରହିଥିବା ଖାଉଟିଙ୍କ ଧାରଣା ବଦଳିବ ଏବଂ ଘରୋଇ କ୍ଷେତ୍ର ନିବେଶ ବଢାଇବାରେ ସହାୟତା କରିବ। ଶେୟାର ବଜାର ନିବେଶଙ୍କ ଲାଗୁ ହେଉଥିବା ସରଚାର୍ଜକୁ ସରକାର ଶୁକ୍ରବାର ପ୍ରତ୍ୟାହାର କରିଥିବା ବେଳେ ଷ୍ଟାର୍ଟଅପଗୁଡିକର ଏଞ୍ଜେଲ ନିବେଶ ଉପରେ ଟିକସରୁ ମୁକ୍ତି, ଅଟୋ ସେକ୍ଟର ଅସୁବିଧା ଦୂରୀକରଣ ଲାଗି ପଦକ୍ଷେପ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଏହାବାଦ ବ୍ୟାଙ୍କଗୁଡିକ ସେମାନଙ୍କ ସୁଧହାର ରିଜର୍ଭ ବ୍ୟାଙ୍କର ରେପୋ ରେଟ ସହ ଯୋଡିବାକୁ ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା ବାସଗୃହ ଏବଂ ଯାନ ଋଣ ଶସ୍ତା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri