Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୪।୧୧:କ୍ରମାଗତ ୨ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୦ (୬୯.୬୮) ପଏଣ୍ଟ ଖସି ୬୦,୮୩୬ (୬୦,୮୩୬.୪୧) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୩୦ (୩୦.୧୫) ପଏଣ୍ଟ ହ୍ରାସ ଘଟି ୧୮,୦୫୩ (୧୮,୦୫୨.୭୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।

Share