ଖସିପଡ଼ି ଠିକା ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତର

ବଅଁରପାଳ,୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ ଠିକାଶ୍ରମିକ ଖସିପଡ଼ି ଗୁରୁତର ହୋଇଛନ୍ତି। ଶ୍ରମିକ ଜଣକ ହେଲେ ସୁଜିତ୍‌ ବେହେରା। ସେ ଶ୍ରମିକ ପ୍ଲାଣ୍ଟର ଏକ ସେଡ୍‌ରେ କାମ କରୁଥିବା ବେଳେ ପ୍ରାୟ ୧୨ ମିଟର ଉଚ୍ଚରୁ ତଳକୁ ଖସି ପଡ଼ିବାରୁ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ନାଲ୍‌କୋ ଡାକ୍ତରଖାନାକୁ ଅଣା ଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।