ଖଲ୍ଲିକୋଟ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ: ମମତା ସହାୟତା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୩ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସମାଜ ମଙ୍ଗଳ ବିଭାଗର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ମମତା ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହ ଠିକ୍‌ ସମୟରେ ସହାୟତା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୯୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଗର୍ଭବତୀଙ୍କୁ ଅନୁଦାନ ଏଯାବତ୍‌ ମିଳିନି।
ଏହି ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହିଁକି ସହାୟତା ରାଶି ଦିଆଯାଇନି ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଜଣାଇବାକୁ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୋ ସରକାର କାର୍ଯ୍ୟକ୍ରମରେ ଉକ୍ତ ବିଭାଗ ଡିସେମ୍ବର ୧ରେ ସାମିଲ ହେବାକୁ ଯାଉଥିବାରୁ ଠିକ୍‌ ଭାବେ ସବୁ ଯୋଜନା କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ଜିଲାରେ ୪୯ ଅଙ୍ଗନୱାଡି କର୍ମୀ ଓ ୮ ଅଙ୍ଗନୱାଡି ସହାୟିକା ପଦବୀ ଖାଲି ପଡିଛି। ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ସିଡିପିଓ ଓ ସୁପରଭାଇଜରମାନେ ନିୟମିତ ପରିଦର୍ଶନରେ ଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୬୮୯ ଅଙ୍ଗନୱାଡି କେନ୍ଦ୍ର କୋଠାର ନିର୍ମାଣ ଚାଲିଥିବା ବେଳେ ୮୪୬ କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନି। ବିନା ପାଣିରେ ଅଙ୍ଗନୱାଡି କେନ୍ଦ୍ର ଚାଲିପାରିବନି ଏବଂ ଏହାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ସିଡିପିଓଙ୍କ କାର୍ଯ୍ୟ ଅତି ନୈରାଶ୍ୟଜନକ ରହିଛି ଏବଂ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତିି। ଅଙ୍ଗନୱାଡି କେନ୍ଦ୍ରରେ କର୍ମୀମାନଙ୍କର ଦିଆଯାଉଥିବା ତଥ୍ୟ ଠିକ୍‌ ରହୁ ନ ଥିବା ଜିଲା ଟିମ୍‌ ପରିଦର୍ଶନ ବେଳେ ଜାଣିବାକୁ ମିଳୁଛି। ଏହାର ନିୟମିତ ଯାଞ୍ଚ ହେବ ବୋଲି ଜିଲାପାଳ କହିଥିଲେ। ଛତୁଆ କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳକ ଏବଂ ଛତୁଆ ପ୍ରସ୍ତୁତି ବେଳେ ଶିଶୁମାନଙ୍କ ଅଭିଭାବକ ଏଣିକି ଉପସ୍ଥିତ ରହିବେ। ସିଡିପିଓ ଅଫିସରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ବାଧ୍ୟତାମୂଳକ ବୋଲି ଜିଲାପାଳ କହିଥିଲେ। ଏହି ବୈଠକରେ ଅତିିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri