ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏକ ଖବରଦାତା ସମ୍ମିଳନୀ କରି ଟିମ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ ବହୁତ ସମର୍ଥନ କରିଥାନ୍ତି। ପ୍ରଫେସନାଲ ଖେଳାଳି ଭାବେ କାକର ଆମ ନିୟନ୍ତ୍ରଣରେ ନ ଥାଏ ତେଣୁ ଭଲ ଖେଳି ଜିତିବାକୁ ଚେଷ୍ଟା କରିବୁ।


