Categories: ବାଣିଜ୍ୟ

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ ପ୍ରକାଶ ପାଇଥିବା ଏଚ୍‌ଏସ୍‌ କୋଡ୍‌ ମାନ୍ୟତାପ୍ରାପ୍ତ ଉତ୍ପାଦ ତାଲିକାରେ ଖଦି ସ୍ଥାନିତ ହୋଇଛି। ଫଳରେ ଏହା ପାରମ୍ପରିକ ପରିଚୟରୁ ବାହାରକୁ ଆସି ଖଦିକୁ ସ୍ବତନ୍ତ୍ର ଏଚ୍‌ଏସ୍‌ କୋଡ ମିଳିବ। ଏହି ପଦକ୍ଷେପ ଦ୍ୱାରା ଖଦୀର ରପ୍ତାନି ବଢିବା ନେଇ ଆଶା କରାଯାଉଛି। ସୂଚନାଯୋଗ୍ୟ ରପ୍ତାନି ହେଉଥିବା ଉତ୍ପାଦ ଲାଗି ବିଶ୍ୱ ବର୍ହିଃଶୁଳ୍କ ସଂଗଠନ (ଡବ୍ଲ୍ୟୁସିଓ) ପକ୍ଷରୁ ହାର୍ମୋନାଇଜ ସିଷ୍ଟମ ବା ଏଚ୍‌ଏସ୍‌ କୋଡ ବିକଶିତ କରାଯାଇଛି। କୌଣସି ଉତ୍ପାଦର ପରିଚୟ ଲାଗି ଏହା ହେଉଛି ୬ ସଂଖ୍ୟା ବିଶିଷ୍ଟ କୋଡ।

Share