ଖଦାଳ ସାହିରେ ଗୋଷ୍ଠୀ ବିବାଦ: ଉଭୟ ଗୋଷ୍ଠୀର ୫ କୋର୍ଟଚାଲାଣ

କବିସୂର୍ଯ୍ୟନଗର,୧୪ା୬- କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମର ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସାହି ସଭାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପୃଥକ ୨ ମାମଲା ରୁଜୁ କରି ଉଭୟ ଗୋଷ୍ଠୀର ୫ ଜଣଙ୍କୁ ଗୁରୁବାର କୋର୍ଟଚାଲାଣ କରିଥିବା ଆଇଆଇସି ତପନ କୁମାର ପତି କହିଛନ୍ତି। ୨ଟି ଭଙ୍ଗା ବାଇକ ଜବତ ହୋଇଛି। ଗୁଡ଼ିଆଳି ଗ୍ରାମ ଖଦାଳ ସାହିରେ ମୋଟ ୧୨୫ ଘର। ବିଭିନ୍ନ କାରଣକୁ କେନ୍ଦ୍ରକରି ସବୁବେଳେ ସାହିର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହେ। ୧୫ ଦିନ ତଳେ ଦୁଇ ପଡ଼ୋଶୀ ମଧ୍ୟରେ କୌଣସି କାରଣକୁ ନେଇ ମାରପିଟ ହୋଇଥିଲା। ଉଭୟ ପକ୍ଷର ୬ ଜଣ ଗୁରୁତର ଆହତ ହୋଇଥିଲେ। ଗତ ୧୦ ତାରିଖ ରାତ୍ର ସାହିରେ ସଭା ଚାଲିଥିଲା ବେଳେ ଅନ୍ୟ ଗୋଷ୍ଠୀ ୨ଟି ବାଇକରେ ଆସି ଗାଳିଗୁଲଜ ଶବ୍ଦ କରି ଚାଲି ଯାଇଥିବା ଅନ୍ୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗତ ୧୧ ତାରିଖରେ ସାହି ସଭା ଚାଲିଥିଲା। ଅପରଗୋଷ୍ଠୀ ୨ଟି ବାଇକରେ ଆସି ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ବାଇକ ଚାଳକଙ୍କୁ ଗୋଡ଼ାଇବାରୁ ସେମାନେ ବାଇକ ଛାଡ଼ି ଚାଲି ଯାଇଥିଲେ। ଫଳରେ ବାଇକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ପୋଲିସ କହିଛି। ୧୩୫/୧୯ କେଶ ନଂ ପ୍ରକାରେ ଗୁଡ଼ିଆଳି ଖଦାଳ ସାହିର ସନାତନ ଦାସ, ସନ୍ତୋଷ ଦାସ (ବାପା ମୂରଲୀ) ଓ ନାରାୟଣ ଦାସଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଗୋଷ୍ଠୀର କେଶ ନଂ ୧୩୬/୧୯ ପ୍ରକାରେ ମନ୍ମଥ ଦାସ ଓ ସନ୍ତୋଷ ଦାସ (ବାପା ସୁବାସ) ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଉଭୟ ଗୋଷ୍ଠୀର ଶତାଧିକ ମହିଳା ପୁରୁଷ ଆସି ଥାନା ଆଗରେ ରହି ଅଟକ ଥିବା ୫ ଜଣଙ୍କୁ ଛାଡ଼ିବାକୁ ଅଡ଼ି ବସିଥିଲେ। ତେବେ ପୋଲିସ ଏସଆଇ ଅର୍ଜୁନ କଅଁର, ଆଇଆଇସି ତପନ କୁମାର ପତି ଆପୋଶ ବୁଝାମଣା କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଟକ ଥିବା ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri