Posted inରାଜ୍ୟ

ଖଣ୍ଡପଡ଼ା ବ୍ଲକର ସାଧୁଆପଲ୍ଲୀ ଗାଁ: ସରକାରୀ ଯୋଜନା ଏଠି ଅପହଞ୍ଚ

ଖଣ୍ଡପଡ଼ା,୧୯ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁ। ସ୍ବାଧୀନତାର ଦୀର୍ଘ ୭୨ବର୍ଷ ପରେ ବି ଗାଁଟି ଯେପରି ଅନ୍ଧାରୀ ମୂଲକରେ ରହିଯାଇଛି। ଜିଲା କିମ୍ବା ବ୍ଲକ ପ୍ରଶାସନ କାହାରି ବି ନଜର ନାହିଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଗାଁଟି ପଛରେ ରହିଯାଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।

ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୨୨ ପରିବାରରେ ପ୍ରାୟ ଶହେରୁ ଅଧିକ ଲୋକ ବସବାସ କରନ୍ତି। ଆଦିବାସୀ ମାଳୁଆକନ୍ଧ ଭାବରେ ପରିଚିତ ଏହି ଲୋକମାନେ ମୁଖ୍ୟତଃ ପରସ୍ପର ସହିତ କୁଇ ଭାଷାରେ କଥାବାର୍ତ୍ତା କରିଥାନ୍ତି। ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଆପତ୍‌କାଳୀନ ସମୟରେ ରୋଗୀ ତଥା ପ୍ରସୂତିମାନଙ୍କୁ ଦୋଳାରେ ନେବାଆଣିବା କରିବାକୁ ହୁଏ । କାରଣ ଏହି ଗାଁକୁ କୌଣସି ଗାଡିମୋଟର କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ। ଗାଁରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମିଯିବା ଫଳରେ ସରକାରଙ୍କ ଯୋଜନା କ୍ରମେ ଏହାକୁ ଗତ ବର୍ଷଠାରୁ ବନ୍ଦ କରି ଦିଆଯାଇଛି। ଫଳରେ ୫କି.ମି. ଦୂର ଗଡିଆସାହିକୁ ପିଲାମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଯାଉଛନ୍ତି। ଗାଁ ଲୋକେ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ସିଲାଇ ସହ ଅନ୍ୟର ମୂଲ ଲାଗି ଓ ଛେଳି, ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରିଥାନ୍ତି ା ପାନୀୟଜଳ ସମସ୍ୟା ଦୀର୍ଘ ବର୍ଷରୁ ଲାଗିରହିଛି। କୂଅ, ପୋଖରୀ ନ ଥିବାବେଳେ ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ଅନ୍ୟ ଏକ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ନାଲିପାଣି ବାହାରୁଛି। ଏଥିରେ ଭାତ, ତରକାରି ରାନ୍ଧିଲେ ତାହା କଳା ପଡିଯାଉଥିବା ବାସିନ୍ଦାଙ୍କ ସହ ୱାର୍ଡ ସଭ୍ୟ ଲକ୍ଷ୍ମୀଧର ପ୍ରଧାନ ପ୍ରକାଶ କରିଥିଲେ । ସଂପ୍ରତି ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ନାନ ଶୌଚାଦି ପାଇଁ ଗାଁ ନିକଟ ମୋଡାନାଳକୁ ଯାଉଛନ୍ତି। ସ୍ବଚ୍ଛ ଭାରତ ମିଶନ ଗାଁ ପାଇଁ ସ୍ବପ୍ନ ପାଲଟିଛି । କୌଣସି ପରିବାର ପକ୍ଷେ ପାଇଖାନା କରିବା ସମ୍ଭବ ହୋଇନାହିଁ । ସରକାରଙ୍କ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଏଠି ଅପହଞ୍ଚ। ଏହିସବୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିବା କହିଛନ୍ତି ସାବିତ୍ରୀ ବେହେରା, ସାଇବାଣୀ ବେହେରା, ମହେଶ୍ୱର ପ୍ରଧାନ, କରୁଣା ପ୍ରଧାନ, ଭିକାରୀ ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ଗ୍ରାମବାସୀ। କ୍ରମାଗତ ଅବହେଳାର ଶିକାର ହୋଇଆସୁଥିବା ଲୋକମାନେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ରାଜ୍ୟ ସରକାର ଆମ ଗାଁ, ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ସାଧୁଆପଲ୍ଲୀ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ ା ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିପିନ ବିହାରୀ ସାମଲଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗ୍ରାମକୁ ରାସ୍ତା ସଂଯୋଗ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘରୋଇ ଜାଗା ରହିଥିବାରୁ ଏହା କରିବା ସମ୍ଭବ ହୋଇପାରୁନି। ପାନୀୟ ଜଳ ସମସ୍ୟା ସମାଧାନ ନିମନ୍ତେ ସୋଲାର ସିଷ୍ଟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି। ସରକାରଙ୍କ ପକ୍ଷରୁ ଗ୍ରାମରେ ଏକ ସୋଲାର ସିଷ୍ଟମ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସେ ଦାବି କରିଥିବା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri