ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍‌, ଦୁବାଇରେ ଲେଡି ଡନ୍‌

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ଜେରାବେଳେ ଏସ୍‌ଟିଏଫ୍‌ ହାତରେ ବହୁ ବଡ଼ ତଥ୍ୟ ଲାଗିଛି। ତାବ୍ରେଜ ଖୋର୍ଦ୍ଧାର ଲେଡି ଡନ୍‌ଙ୍କ ସହ ଉତ୍ତମ ସମ୍ପର୍କ ରଖି ବେଆଇନ ପଥର ଖନନ ଓ ଚାଲାଣ କରୁଥିଲେ। ଖୋର୍ଦ୍ଧାସ୍ଥିତ ଭଡ଼ା ଘରେ କଳା କାରବାରର ବ୍ଲ୍ୟୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଥିବା ତାବ୍ରେଜ କହିବା ପରେ ଗୁରୁବାର ଏସ୍‌ଟିଏଫ୍‌ର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ଯାଞ୍ଚ ପରେ ସେଠାରୁ ଏକାଧିକ କାଗଜପତ୍ର ଓ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ସେହିଭଳି ପାହାଳ ନିକଟରେ ଥିବା ତାବ୍ରେଜଙ୍କ ଅନ୍ୟ ଏକ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରିଥିବା ଜଣାପଡିଛି। କ୍ରିକେଟରୁ ଅପରାଧ ଦୁନିଆକୁ ପାଦ ଦେବାପାଇଁ ତାବ୍ରେଜଙ୍କୁ କେନ୍ଦ୍ରାପଡ଼ାର ଗ୍ୟାଙ୍ଗ୍‌ଷ୍ଟର ଟିଟୋ ସହଯୋଗ କରିଥିଲେ ବୋଲି ଏସ୍‌ଟିଏଫ୍‌ ଦୃଢ଼ ପ୍ରମାଣ ପାଇଛି। ଟିଟୋ ଗିରଫ ହେବା ପରେ ତାବ୍ରେଜ ତାଙ୍କୁ ଭେଟିବାକୁ ଝାରପଡା ଜେଲକୁ ଏକାଧିକଥର ଯାଇଛନ୍ତି। ତେବେ ସେ କେତେଥର ଟିଟୋଙ୍କୁ ଭେଟିଛନ୍ତି ଓ କ’ଣ ଆଲୋଚନା କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ। ତେବେ ଟିଟୋ ଜେଲ୍‌ରେ ରହି ତାବ୍ରେଜଙ୍କ ସହାୟତାରେ ବେଆଇନ ପଥର ଖଣି କାରବାର ଚଳାଇଥିବା ଏସ୍‌ଟିଏଫ୍‌ ଅନୁମାନ କରୁଛି।
ସେହିଭଳି ଖୋର୍ଦ୍ଧାର ଲେଡି ଡନ୍‌ଙ୍କ ସହ ତାବ୍ରେଜ୍‌ଙ୍କର ବ୍ୟବସାୟିକ ଲିଙ୍କ୍‌ ରହିଥିବା ଜଣାପଡିଛି। ପଥର ଖଣି କାରବାର ପାଇଁ ଉଭୟଙ୍କ ମଧ୍ୟରେ ୫୦-୫୦ ଡିଲ୍‌ ହୋଇଥିଲା। ପୋଲିସ ଓ ପ୍ରଶାସନିକ କାର୍ଯ୍ୟର ଦାୟିତ୍ୱ ତାବ୍ରେଜ ବୁଝୁଥିବାବେଳେ ଲେଡି ଡନ୍‌ ସ୍ଥାନୀୟ ଲୋକଙ୍କ ବିରୋଧକୁ ନିୟନ୍ତ୍ରଣ କରୁଥିଲେ। ଏଥିପାଇଁ ଲେଡି ଡନ୍‌ଙ୍କ ନିଜ ପାଖରେ ବହୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ରଖିଥିଲେ। ଏସ୍‌ଟିଏଫ୍‌ର ଚୋରା ପଥର ଚାଲାଣ ଧରପଗଡ ପରେ ଲେଡି ଡନ୍‌ ନଜରକୁ ଆସିଥିଲେ। ଲେଡି ଡନ୍‌ଙ୍କର କେତେଜଣ ପୋଷା ଗୁଣ୍ଡା ଗିରଫ ହେବା ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ ତାବ୍ରେଜ। ଏହି ଲେଡି ଡନ୍‌ ଏବେ ଦୁବାଇରେ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ଦୁବାଇ ଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ୨ଦିନିଆ ରିମାଣ୍ଡର ଗୁରୁବାର ଶେଷ ଦିନରେ ଏସ୍‌ଟିଏଫ୍‌ ତାବ୍ରଜ୍‌ଙ୍କଠାରୁ ଆହୁରି ବହୁ ତଥ୍ୟ ପାଇଥିବା ଜଣାପଡିଛି। ଏପରି କି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଓ ସମ୍ପତ୍ତି ଯାଞ୍ଚ କରାଯାଉଛି। ଚୋରା ପଥର କାରବାରରୁ ମିଳୁଥିବା ଅର୍ଥକୁ ସେ କେଉଁଠି ବିନିଯୋଗ କରିଛନ୍ତି ତାହାର ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ଉକ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇପାରେ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri