ଖଣି ଖନନ ପାଇଁ ୧୭ରେ ଜନଶୁଣାଣି

ପଟ୍ଟାଙ୍ଗି,୧୬।୧୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକର କୋଟିଆ, ମାଳିପୁଟ, ପଟ୍ଟାଙ୍ଗି ଓ ନୂଆଗାଁ ପଞ୍ଚାୟତକୁ ଲାଗି ରହିଛି ସେରୁବନ୍ଧ ବକ୍ସାଇଟ ପାହାଡ଼। ଏଠାରେ ଖଣି ଖନନ ପାଇଁ ନାଲ୍‌କୋ ଅନୁମତି ପାଇଛି। ନାଲ୍‌କୋ ତାର ଉତ୍ପାଦନ ପାଇଁ ଦାମନଯୋଡ଼ିସ୍ଥିତ ପଞ୍ଚପଟ୍ଟମାଳୀ ମାଇନ୍ସର ବକ୍ସାଇଟ ବ୍ୟବହାର କରି ଆସୁଥିବା ବେଳେ ଏହାର ପୁନଃ ସଂପ୍ରସାରଣ କ୍ରମରେ ନାଲ୍‌କୋକୁ ପଟ୍ଟାଙ୍ଗି ବକ୍ସାଇଟ ଖଣି ଖନନ ପାଇଁ ଅନୁମୋଦନ ମିଳିଛି। ଏହି ଖଣି ୩.୫ ମିଲିଅନ କ୍ଷମତା ବିଶିଷ୍ଟ ହେବ। ଏଥିପାଇଁ ଜିଲା ପ୍ରଶାସନ ୧୭ ତାରିଖରେ ପଟ୍ଟାଙ୍ଗିରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ କରିବ।
ଉଲ୍ଲେଖନୀୟ, ଗତ ନଭେମ୍ବରରେ ନାଲକୋ କୋରାପୁଟ ଜିଲା ପ୍ରଶାସନକୁ ବ୍ୟବସାୟିକ ସାମାଜିକ ପ୍ରତିବଦ୍ଧତା ପାଣ୍ଠି (ଏଣ୍ଟ୍ରପ୍ରାଇଜ୍‌ ସୋସିଆଲ କମିଟମେଣ୍ଟ ଫଣ୍ଡ)କୁ ୫୩.୫୦ କୋଟି ଟଙ୍କା ପ୍ରଦାନ କରିଛି, ଯାହା କୋରାପୁଟ ଜିଲା ବିଶେଷକରି ପଟ୍ଟାଙ୍ଗି ଅଞ୍ଚଳରେ ଖର୍ଚ୍ଚ କରାଯିବ। ଦୀର୍ଘ ୩୮ ବର୍ଷ ଧରି ନାଲ୍‌କୋ ଯେଉଁ ବିକାଶମୂଳକ କାର୍ଯ୍ୟ ଦାମନଯୋଡ଼ି ତଥା ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ କରିଆସିଛି, ପଟ୍ଟାଙ୍ଗିରେ ମଧ୍ୟ ସେହି ବିକାଶ ଧାରା ଜାରି ରହିବ ବୋଲି ଆଶା କରାଯାଉଛି। ନାଲକୋ ସର୍ବନିମ୍ନ ଖର୍ଚ୍ଚରେ ବକ୍ସାଇଟ ଉତ୍ପାଦନକାରୀ ଉଦ୍ୟୋଗ ଭାବେ ବିଶ୍ୱରେ ମାନ୍ୟତା ହାସଲ କରିଛି। ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ କଂପାନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସବୁ ଉଚ୍ଚ ପ୍ରଶଂସିତ। ନାଲ୍‌କୋର ଶୂନ୍ୟ ପ୍ରଦୂଷଣ, ଜଳ ପୁନଃଚକ୍ରଣ, ଜମିର ରିକ୍ଲେମେଶନ ଓ ବନୀକରଣ ଉତ୍କୃଷ୍ଟ ଖଣି ପରିଚାଳନାର ମାନ୍ୟତା ପାଇଛି। କମ୍ପାନୀର ୩୫ ବର୍ଷର ମାଇନିଂ ଅପରେଶନ ଅଭିଜ୍ଞତା ଦୃଷ୍ଟିରୁ ଆଶା କରାଯାଉଛି, ପଟ୍ଟାଙ୍ଗିଠାରେ ଏହି ଖଣି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କ ଆର୍ଥତ୍କ ଉନ୍ନତି ସହ ସାମଗ୍ରିକ ବିକାଶ ହୋଇପାରିବ। ଶିକ୍ଷିତ ବେକାର ଯୁବତୀ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ବ୍ୟବସାୟ ପରିସର ବୃଦ୍ଧି, ଗମନାଗମନ, ଦୈନନ୍ଦିନ ସେବା କ୍ଷେତ୍ରରେ ବିକାଶ ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପକ୍ଷରେ ଉପରୋକ୍ତ ବକ୍ସାଇଟ ପାହାଡ଼କୁ ବଞ୍ଚାଇବା ଓ ଏହାର ସୁରକ୍ଷା ପାଇଁ ଉପରୋକ୍ତ ଚାରି ପଞ୍ଚାୟତ ବାସିନ୍ଦାଙ୍କ ନିକଟରେ ପହଞ୍ଚତ୍ ସଚେତନତା ସୃଷ୍ଟି କରୁଛି ସେରୁବନ୍ଧ ସୁରକ୍ଷା ସମିତି। ଆସନ୍ତା୧୭ରେ ବ୍ଲକ ସଦରସ୍ଥିତ ମିନି ଷ୍ଟାଡିୟମରେ ପରିବେଶ ପ୍ରଦୂଷଣ ପରିଚାଳନା ବୋର୍ଡ ପକ୍ଷରୁ ହେବାକୁ ଥିବା ଜନଶୁଣାଣି କାର୍ଯ୍ୟକ୍ରମ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି ରହିଛି। ଶୁଣାଣି ପୂର୍ବରୁ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ୪ଟି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ଜୁନ ୧୯ରୁ ୨୨ ଯାଏ ଗ୍ରାମସଭା ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri