ଖଡି ଛୁଇଁ ବିଦ୍ୟା ଆରମ୍ଭ କଲେ ଶିଶୁ

ଉଦଳା,୩୧ା୧(ଡ଼ି.ଏନ୍‌.ଏ.)- ଉଦଳାଠାରେ ଥିବା ମା’ ସରସ୍ବତୀଙ୍କ ମନ୍ଦିରରେ ଗୁରୁବାର ବାଗଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଆସି ମା’ଙ୍କ ପୂଜା କରିଥିଲେ। ଭୋର ୫ଟାରେ ମନ୍ଦିର ଦ୍ୱାର ଫିିଟା ଯିବା ପରେ ସାଢେ ୫ ଟାରେ ମନ୍ଦିର ମାର୍ଜନା, ନେତ୍ରବନ୍ଧନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅର୍ଘ୍ୟ ପ୍ରଦାନ ପରେ ମହାସ୍ନାନ ଜନିତ ଉପଚାର, ରାଜରାଜେଶ୍ୱରୀ ବେଶ, ମଙ୍ଗଳ ଆଳତୀ ପରେ ସକାଳ ୭ ଟାରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଅପରାହ୍ନ ୧ଟାରେ ଅବକାଶ ନୀତି କରାଯାଇଥିଲା। ସାଢେ ଗୋଟାଏ ସମୟରେ ସ୍ଥାନୀୟ ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରୁ ଘଟୋ ଉତ୍ତୋଳନ କରାଯାଇ ନଗର ପରିକ୍ରମା କରିବା ପରେ ମନ୍ଦିରରେ ପହଞ୍ଚତ୍ଥିଲା ା ଏହା ପରେ ଘଟ ସ୍ଥାପନ ପୂର୍ବକ ବାଗଦେବୀଙ୍କର ମହାପୂଜନ ଆରମ୍ଭ ସହିତ ବିଧିମତ୍ତେ ଉପଚାର, ହୋମ କାର୍ଯ୍ୟ ହୋଇଥିଲା ା ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଆଳତୀ, ମହାମାୟାଙ୍କ ହବନ, ପୂର୍ଣ୍ଣାହୁତି ପ୍ରଦାନ, କବଚ ଧାରଣ, ଆଶ୍ରି ଗ୍ରହଣ, ପ୍ରସାଦ ଅର୍ପଣ କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ବିଦ୍ୟା ଅଧ୍ୟୟନ ଆରମ୍ଭ କରୁଥିବା ଶିଶୁମାନଙ୍କର ଏଠାରେ ଖଡିଛୁଅଁା ମଧ୍ୟ କରାଯାଇଥିଲା। ୩୦ରୁ ଅଧିକ କୋମଳମତି ଶିଶୁ ଖଡିଛୁଇଁ ବିଦ୍ୟା ଆରମ୍ଭ କରିଥିଲେ ା ଗୁରୁବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହେବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି ା ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର କୁମାର ପରିଡା, ଉପସଭାପତି କ୍ଷୀରୋଦ ରଞ୍ଜନ ମହାନ୍ତି, ସହ ସମ୍ପାଦକ ଦାତାକର୍ଣ୍ଣ ସ୍ବାଇଁ, କୋଷାଧ୍ୟକ୍ଷ ରନତ୍ାକର ପ୍ରଧାନଙ୍କ ସମେତ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri