ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର ଫଳାଫଳ ମଧ୍ୟରୁ ଭାଜପା ୩୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଆସନରେ ଆଗୁଆ ରହିଛି। ଏହାର ଏକ୍‌ଜିଟ୍‌ ପୋଲ୍‌ କହୁଥିଲା ୨ଟି ଯାକ ସ୍ଥାନରେ ଭାଜପା ସରକାର ଗଢିବ। ହେଲେ ଏବେ ହରିୟାଣାରେ ଭାଜପା ସ୍ଥିତି ଖରାପ। ଏହାକୁ ଦେଖିଲେ ଲାଗୁଛି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଆସନ ଏବେ ଟଳମଳ ହେଲାଣି। ହରିୟାଣାରେ ବହୁମତ ପାଇଁ ୪୬ ଆସନ ଆବଶ୍ୟକ ଥିବା ବେଳେ ଏହା ଭାଜପାକୁ ନ ମିଳିପାରେ ବୋଲି ଅନୁମାନ କରାଯାଉଛି। ଏପରି ସ୍ଥଳେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଖଟ୍ଟରଙ୍କୁ ଦିଲ୍ଲୀ ଡାକି ସାରିଲେଣି। ଏହି ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ ଏବେ ତା’ ଉପରେ ନଜର। ଏପଟେ କଂଗ୍ରେସ ଜେଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ହାତେଇ କର୍ନାଟକ ଭଳି ମନ୍ତ୍ରୀମଣ୍ଡଳ ଗଢିବାକୁ ଚାହୁଁଥିବା ଆଲୋଚନା ବି ହେଲାଣି। ତେବେ ଏମିତି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି କିଏ ହେବ ହରିୟାଣର ମୁଖ୍ୟମନ୍ତ୍ରୀ।

Share