Categories: ଜାତୀୟ

ଖଟିଆରେ ବୁହାହୋଇ ଆସୁଥିବା ଗର୍ଭବତୀ ଅଧାବାଟରେ କଲେ ପ୍ରସବ; ଭିଡ଼ିଓ ଭାଇରାଲ

ଗୁଆହାଟୀ,୯।୯: ଆସାମରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। କେତେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇପଡୁଛି। ସମ୍ପ୍ରତି ସ୍ଥାନୀୟ ଉଦରଗୁରି ଗାଁରେ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ସଦସ୍ୟ ଦଉଡ଼ି ଖଟିଆରେ ବୋହି ୫ କିଲୋମିଟର ଦୂରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। ତେବେ ଅଧାବାଟରେ ଗର୍ଭବତୀ ଜଣକ ପ୍ରସବ କରିଥିଲେ। ଏହାପରେ ମା ଓ ନବଜାତ ଶିଶୁଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share