କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି। ବିଭିନ୍ନ ସମୟରେ କେତେକ ପ୍ରବାସୀ ବିଶୃଙ୍ଖଳା କରୁଛନ୍ତି। ପରିବାର ଲୋକେ ମଧ୍ୟ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଇ ନିଜ ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି। ସେଠାରେ କାର୍ଯ୍ୟରତ ପୋଲିସ ଓ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପରେ ମଧ୍ୟ ନଜର ରଖିବାର ଆବଶ୍ୟକତା ରହିଛି। ହିଞ୍ଜିଳି ମ୍ୟୁନିସିପାଲିଟିରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରେ ସିସି କ୍ୟାମେରା ଲଗାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। କ୍ୱାରାଣ୍ଟାଇନ୍‌ ସମ୍ପର୍କରେ ଏବଂ ସ୍ବାସ୍ଥ୍ୟକର୍ମୀ ତାଲିମ, ନୈତିକ ଶିକ୍ଷା ପ୍ରଦାନ କରାଯାଉଛି। ସେହିପରି କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନଜର ରଖାଯାଉଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ସୂଚନା ଦେଇଛନ୍ତି।