କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ ବହୁ ସତର୍କତା ଅବଲମ୍ବନ କରିଥିଲେ। ସେ ଘରେ ପହଞ୍ଚି ୧୪ ଦିନ ପାଇଁ ନିଜକୁ ଆଇସୋଲେଶନରେ ରଖିଥିଲେ। ରାଧିକାଙ୍କ ଏହି କ୍ୱାରାଣ୍ଟାଇନ ପିରିୟଡ୍‌ ଜୁନ ୧୦ରେ ସରିଲା। ସେ ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ରାଧିକା ଏହି କ୍ୱାରାଣ୍ଟାଇନ୍‌ ସମୟକୁ ରାମଙ୍କ ୧୪ବର୍ଷ ବନବାସ ସହିତ ତୁଳନା କରିଛନ୍ତି। ସେ ଦୁଇଟି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ମା’ ତାଙ୍କୁ କୋଳେଇ ଢେର ସାରା ଭଲ ପାଇବା ଦେଉଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି କ୍ୱାରାଣ୍ଟାଇନ୍‌ ସମୟ ବଡ଼ କଠିନ। ନିଜ ଘରେ ଥାଇ ମଧ୍ୟ ମୋତେ ସମସ୍ତଙ୍କଠାରୁ ଅଲମା ରହିବାକୁ ପଡ଼ୁଥିଲା। ମୋତେ ମୋ ମା’ଙ୍କ ଠାରୁ ମଧ୍ୟ ଅଲଗା ରହିବାକୁ ପଡ଼ୁଥିଲା। ତାଙ୍କର ଟିକେ ଭଲ ପାଇବା ପାଇଁ ମୁଁ ଯେପରି ବିକଳ ହେଉଥିଲି। ଥ୍ୟାଙ୍କ୍‌ ଗଡ୍‌ ଏହି ଅବଧି ସରିଥିବାରୁ ମୁଁ ବହୁତ ଖୁସି।
ସୂଚନା ଥାଉ କି, ଚଳିତବର୍ଷ ମାର୍ଚ୍ଚ ୧୩ରେ ରିଲିଜ ହୋଇଥିବା ‘ଅଂରେଜୀ ମିଡିୟମ’ମୁଭିରେ ରାଧିକା ମଦାନଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିଥିଲା। ଏହି ମୁଭିରେ ସେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ଙ୍କ ଝିଅର ଭୂମିକାରେ ନଜର୍‌ ଆସିଥିଲେ। ତେବେ ଏହା ଥିଲା ଇର୍‌ଫାନଙ୍କ ଜୀବନର ଶେଷ ଫିଲ୍ମ। ଆଗକୁ ଦୀନେଶ ବିଜନଙ୍କ ପ୍ରଡକ୍ସନରେ ନିର୍ମିତ ‘ଶିଦତ୍‌’ରେ ରାଧିକାଙ୍କୁ ଦେଖିବାକୁ ମଳିବ। ଏଥିରେ ସନି କୌଶଳ, ଡାଏନା ପୈଣ୍ଟି ଏବଂ ମୋହିତ ରୈନା ମଧ୍ୟ ନଜର୍‌ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri