Categories: ଭଦ୍ରକ

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧ ଜଣ ପଞ୍ଜୀକରଣ କରିଛନ୍ତି। ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଖୋଲା ଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସମସ୍ତ ପ୍ରବାସୀଙ୍କୁ ରଖାଯାଇଛି।