କ୍ୱାରାଣ୍ଟାଇନକୁ ଗଲେ ୨୬ ପୋଲିସ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଦିଲ୍ଲୀରେ ତା’ର କାୟା ବିସ୍ତାର କରି ଚାଲିଛି। ଜଣେ ଷ୍ଟେଶନ ହାଉସ ଅଫିସରଙ୍କ ସମେତ ଶୁକ୍ରବାର ୨୬ ଜଣ ପୋଲିସ କରୋନା ସଂକ୍ରମଣ ସନ୍ଦେହରେ କ୍ୱାରାଣ୍ଟାଇନକୁ ଯାଇଥିବା ସୂଚନା ମିଳିଛି। ପୂର୍ବରୁ ୨ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନେ ସମସ୍ତ ଉକ୍ତ ୨ କନଷ୍ଟେବଳଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀର ଜଣେ ପିଜା ଡେଲିଭରି ବୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ଲୋକଙ୍କର ଚିନ୍ତା ବଢି ଯାଇଥିଲା। କାରଣ ସେ ପାଖାପାଖି ୭୨ପରିବାରଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିଥିବାରୁ ଏହା ଚିନ୍ତାର କାରଣ ପାଲଟି ଯାଇଥିଲା।

Share