କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପୋଲିସକୁ ମାଡ଼ ଘଟଣା : ପୋଲିସକୁ ଘାରିଛି ଆନ୍ଦୋଳନ ଭୟ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପାଣ୍ଡିର କନଷ୍ଟେବଳ ଅଜିତ କୁମାର ସ୍ବାଇଁଙ୍କୁ ମିଳୁନି ନ୍ୟାୟ। ଘଟଣାର ୫ଦିନ ବିତିଯାଇଛି। ନ୍ୟାୟ ପାଇଁ ସେ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଡିସିପି ଓ ପୋଲିସ କମିଶନରଙ୍କୁ ନିବେଦନ କରି ଆସୁଛନ୍ତି। ହେଲେ ଏଯାଏ ଥାନାରେ ମାମଲା ରୁଜୁ ହୋଇନାହିଁ କି ଅଭିଯୁକ୍ତଙ୍କୁ ଗିରଫ କରାଯାଉନି। ଏହି ଘଟଣାରେ ଜଣେ ଆଇନଜୀବୀ ସମ୍ପୃକ୍ତ ଥିବା ଜଣାପଡିଛି। ସେ କନଷ୍ଟେବଳ ସ୍ବାଇଁଙ୍କୁ ଧକ୍କା ସହ ମାଡ଼ ମାରୁଥିବା ସିସିଟିଭି ଫୁଟେଜ ରହିଛି। ଅଭିଯୋଗପତ୍ରରେ ମଧ୍ୟ ସମ୍ପୃକ୍ତ ଆଇନଜୀବୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ହେଲେ ସମ୍ପୃକ୍ତ ଆଇନଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ କାଳେ କଟକ ଘଟଣା ପରି ଭୁବନେଶ୍ୱରରେ ଓକିଲମାନେ ଆନ୍ଦୋଳନ କରିବେ ସେହି ଭୟ ଏବେ ପୋଲିସକୁ ଘାରିଛି। କନଷ୍ଟେବଳଙ୍କ ଅଭିଯୋଗକୁ ନେଇ ପୋଲିସ ମାମଲା ରୁଜୁ କରୁ ନ ଥିବାବେଳେ ଅପରପକ୍ଷ ଦ୍ୱାରା କୋର୍ଟରେ ଏକ ଓ୍ବାନ୍‌ ସିସି ମାମଲା ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ରୁଜୁ କରାଯାଇଛି। ଏଭଳିସ୍ଥିତିରେ କନ୍‌ଷ୍ଟେବଳ ସଂଘ ମାମଲା ରୁଜୁ ପାଇଁ ଥାନା ଅଧିକାରୀ ଓ ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ଦୁଇଦିନ ତଳେ କେତେଜଣ ଆଇନଜୀବୀ ଡିସିପିଙ୍କୁ ଭେଟି ମାମଲାର ଆପୋସ ସମାଧାନ ପାଇଁ ଚେଷ୍ଟା କରିଥିଲେ।
ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ମାମଲାର ତଦନ୍ତ ଡିସିପି କରୁଛନ୍ତି। ଦୁଇଦିନ ତଳେ ଓକିଲମାନେ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ମାମଲାର ସ୍ଥିତି କ’ଣ ସେନେଇ ମୁଁ ଜାଣି ନ ଥିବା ସେ କହିଛନ୍ତି। ଡିସିପି ଅନୁପ କୁମାର ସାହୁ କହିଛନ୍ତି, କନ୍‌ଷ୍ଟେବଳଙ୍କୁ ମାଡ଼ ଘଟଣାରେ ମାମଲା ରୁଜୁ ହୋଇନାହିଁ। ଆମେ ଦେଖୁଛୁ କ’ଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri