କ୍ୟାଟ୍ରିନାଙ୍କୁ ଅଫର୍‌ ମିଳିବାରୁ ରାଗିଲେ ଶ୍ରଦ୍ଧା

ମୁମ୍ବାଇ: ଯେମିତି ସାଧାରଣ ଲୋକଙ୍କ ଜୀବନରେ ରାଗ, ରୁଷା, ଅଭିମାନ ଲାଗି ରହିଥାଏ, ବଲିଉଡ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। କେତେବେଳେ ଫିଲ୍ମ ନ ମିଳିବାରୁ ଅଭିମାନ ତ କେତେବେଳେ କ୍ୟାଟ୍‌ ଫାଇଟ୍‌। ବି-ଟାଉନ୍‌ ତାରକାମାନେ ପରସ୍ପରକୁ ନେଇ ଈର୍ଷାପରାୟଣ ହେବା ସହ ବେଳେବେଳେ ଅଭିମାନ ମଧ୍ୟ କରିବସନ୍ତି। ତେବେ ଏଭଳି କିଛି ଖବର ଶ୍ରଦ୍ଧା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି। ଏପଟେ ଖୁବ୍‌ଶୀଘ୍ର ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ସରିଥିବାବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏଥିରେ ‘ଏବିସିଡି-୨’ ଅପେକ୍ଷା ଆହୁରି ଅଭିଜ୍ଞ ଡ୍ୟାନ୍ସର୍‌ ଭଳି ଶ୍ରଦ୍ଧା ନଜରକୁ ଆସୁଛନ୍ତି। ତେବେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ପାଇଁ ସେ ପ୍ରଥମ ପସନ୍ଦ ନଥିଲେ। ଆଉ ଏହି କାରଣରୁ ସେ ପ୍ରଥମେ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଉପରେ ଖପ୍ପା ଥିଲେ ବୋଲି ଜଣାପଡ଼ିଛି।
‘ଏବିସିଡି-୨’ ପରେ ଯେତେବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ କଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଚିନ୍ତା କରିଥିଲେ, ସେତେବେଳେ ସେ କ୍ୟାଟ୍ରିନା କୈଫ୍‌ଙ୍କୁ ପ୍ରଥମେ ଫିଲ୍ମର ଅଫର୍‌ ଦେଇଥିଲେ। ଏପଟେ କିନ୍ତୁ ବରୁଣ ଧାଓ୍ବନଙ୍କୁ ହିଁ ଫିଲ୍ମରେ ପୁଣି ମୁଖ୍ୟ ଭୂମିକାରେ ନେବାକୁ ସ୍ଥିର ହୋଇଥିଲା। ଅନ୍ୟପଟେ କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଇଚ୍ଛୁକ ଥିଲେ ମଧ୍ୟ ଫିଲ୍ମ ‘ଭାରତ’ର ଶୁଟିଂ ସେଡ୍ୟୁଲ୍‌ରୁ ଫୁର୍‌ସତ ନ ମିଳିବାରୁ ସେ ଏହି ଫିଲ୍ମକୁ ମନା କରିଦେଇଥିଲେ। ହେଲେ ଫିଲ୍ମର ଅଫର୍‌ କ୍ୟାଟ୍ରିନାଙ୍କୁ ମିଳିବାରୁ ରେମୋଙ୍କ ଉପରେ ଖୁବ୍‌ ଅଭିମାନ କରିବସିଲେ ଶ୍ରଦ୍ଧା। ତାଙ୍କ କହିବା ହେଲା, ‘ଏବିସିଡି-୨’ର ସଫଳତା ପରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ କଥା ଚିନ୍ତା କରାଗଲା। ଆଉ ବରୁଣ ଧାଓ୍ବନ ମଧ୍ୟ ଲିଡ୍‌ କରୁଛନ୍ତି। ହେଲେ ତାଙ୍କୁ ଅଫର୍‌ ନ ଦିଆଯାଇ କ୍ୟାଟ୍ରିନାଙ୍କୁ କାହିଁକି ଦିଆଗଲା? ତେବେ ଶ୍ରଦ୍ଧାଙ୍କ ଅଭିମାନ ଭିତରେ ସେପଟେ କ୍ୟାଟ୍ରିନା ଫିଲ୍ମକୁ ମନା କରିଦେଇଥିଲେ। ପରେ ଫିଲ୍ମର ଅଫର୍‌ ମିଳିଥିଲା ଶ୍ରଦ୍ଧାଙ୍କୁ। ଆଉ ସେ ଖୁସିରେ ଫିଲ୍ମ କରିବାକୁ ରାଜି ହୋଇଯାଇଥିଲେ। ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ଜାନୁୟାରୀ ୨୪ରେ ରିଲିଜ୍‌ ହେବ। ଫିଲ୍ମରେ ଶ୍ରଦ୍ଧା କପୁର, ବରୁଣ ଧାଓ୍ବନ, ନୋରା ଫତେହୀ ଏବଂ ପ୍ରଭୁଦେବା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri