Categories: ଜାତୀୟ

କ୍ଷୀର ସହିତ ଏବେ ୯ ଶହ ଟଙ୍କା ଦେବେ ଗୋ ମାତା

ଲକ୍ଷ୍ନୌ,୨୨।୮: ଏଣିକି ଗୋ ମାତା କ୍ଷୀର ସହିତ ୯ ଶହ ଟଙ୍କା ମଧ୍ୟ ଦେବେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲାରେ ଗୋବଂଶ ସୁରକ୍ଷା ପାଇଁ ଜିଲାପାଳ ଶୈଳେନ୍ଦ୍ର କୁମାର ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି। କ୍ଷୀର ଦେବା ବନ୍ଦ କରିବା ପରେ ଗାଈଙ୍କୁ ରାସ୍ତାରେ ନ ଛାଡ଼ି ଘରେ ବାନ୍ଧି ରଖି ସେବା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାସିକ ୯ଶହ ଟଙ୍କା ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଦ୍ୱାରା ଜିଲାର ୨୨ ଶହ ବେସାହାରା ଗାଈଙ୍କୁ ସୁରକ୍ଷିତ କରାଯାଇ ପାରିବ ବୋଲି କୁହାଯାଉଛି। ସେହିପରି ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ସେବା କଲେ ମଧ୍ୟ ଏଭଳି ପ୍ରୋତ୍ସାହନ ଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share