କ୍ଷତିଗ୍ରସ୍ତ କ୍ଷେତ୍ରଗୁଡ଼ିକୁ ମିଳିବ ପ୍ୟାକେଜ

ନୂଆଦିଲ୍ଲୀ,୩୦।୪:ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତିରେ କ୍ଷତିଗ୍ରସ୍ତ ଶିଳ୍ପକ୍ଷେତ୍ରଗୁଡ଼ିକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବିସ୍ତୃତ ଭାବେ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏ ଦିଗରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି। ରିୟଲ ଇଷ୍ଟେଟ ସଂଘ ନାରେଡକୋ ସହ ସେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ତାଙ୍କ ସହ ଜଡ଼ିତ କ୍ଷେତ୍ରଗୁଡିକରେ ଉପୁଜିଥିବା ସମସ୍ୟାକୁ ନେଇ ସେ ସରକାରଙ୍କୁ ଅବଗତ କରାଇଛନ୍ତି। ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ପିଏମ୍‌ଓ ନେବ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି, ସରକାର ଶିଳ୍ପ ସହ ଛିଡ଼ା ହୋଇଛନ୍ତି ଯାହାବି ପଦକ୍ଷେପ ନିଆଯିବ ସେ ନେଇ ଲୋକମାନେ ଜାଣିପାରିବେ। ସରକାର ବିଭିନ୍ନ ଦିଗକୁ ନେଇ ବିଚାର କରୁଥିବା ବେଳେ ଯାହା ସମ୍ଭବ ସେ ଦିଗରେ ପଦକ୍ଷେପ ନେବେ। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଏକ ସ୍ବତନ୍ତ୍ର ନୀତି ଆଣିବାକୁ ସରକାର ଯୋଜନା ରଖିଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏବେ ଚାଇନାକୁ ନେଇ ବିଶ୍ୱ ସ୍ତରରେ ଯେଭଳି ଭାବନା ସୃଷ୍ଟି ହୋଇ ତାର ଲାଭ ଭାରତୀୟ ଶିଳ୍ପଜଗତ ନେବାର ସୁଯୋଗ ରହିଛି। ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ କୃଷିଭିତ୍ତିକ ଶିଳ୍ପ ଉପରେ ଫୋକସ କରିବା ନେଇ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫-୨୬ ଆର୍ଥିକ ବର୍ଷରେ କମିପାରେ ପ୍ରତ୍ୟକ୍ଷ କର ସଂଗ୍ରହ, ଚିନ୍ତାରେ ସରକାର

ନୂଆଦିଲ୍ଲୀ,୧୧।୨: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସରକାର ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା…

ଅଷ୍ଟମ ବେତନ ଆୟୋଗ ଉପରେ ସରକାରଙ୍କ ଅପଡେଟ୍: ଏହିଦିନ ମିଳିପାରେ ରିପୋର୍ଟ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି,…

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ସେବା, ସତର୍କ କଲା SBI

ମୁମ୍ବାଇ,୧୧।୨: ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri