Posted inUncategorized

କ୍ଲିକ୍‌ କେମେଷ୍ଟ୍ରି

ବେର୍‌ଟୋଜି : ବେର୍‌ଟୋଜି ଅକ୍ଟୋବର ୧୦, ୧୯୬୬ରେ ଆମେରିକାର ବୋଷ୍ଟନ୍‌ଠାରେ ଜନ୍ମଲାଭ କରିଥିଲେ ଏବଂ ୧୯୯୩ରେ ବରକେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି ଲାଭ କରିଥିଲେ। ତାଙ୍କର ଗବେଷଣା କ୍ଷେତ୍ର ଥିଲା ‘ଅଙ୍ଗାର ସହିତ ସଂପୃକ୍ତ ଗ୍ଲାଇକୋସାଇଡ୍‌ଗୁଡ଼ିକର ସଂଶ୍ଳେଷଣ ଏବଂ କ୍ରିୟାବିଧି ଅଧ୍ୟୟନ’। ଏଥିରେ ସମ୍ମିଳିତ ହୋଇଥିଲା ରସାୟନ ବିଜ୍ଞାନ ଏବଂ ଜୈବ ବିଜ୍ଞାନ। ସେ ଏହାର ନାମ ଦେଲେ ‘ବାଇଓ ଅର୍ଥଗୋନାଲ କେମେଷ୍ଟ୍ରି’।
ଏହାପରେ ବେର୍‌ଟୋଜି ଜୀବକୋଷମାନଙ୍କ ପୃଷ୍ଠଦେଶରେ ଥିବା ‘ଗ୍ଲାଇକାନ୍‌’ ନାମକ ଶର୍କରାକୁ ଅଧ୍ୟୟନ କରିବା ପାଇଁ ରାସାୟନିକ ବ୍ୟବସ୍ଥା ସଂଶ୍ଳେଷର କରିବାକୁ ଲାଗିଲେ। ଏହି ପଦାର୍ଥଟି କର୍କଟ ରୋଗଠାରୁ କୋଭିଡ୍‌-୧୯ ପର୍ଯ୍ୟନ୍ତ ନାନାଦି ରୋଗ ଉପରେ ପ୍ରଭାବ ରହିଛି। ଥରେ ସେ ଏକ ସେମିନାରରେ ଜଣେ ଜର୍ମାନ୍‌ ବୈଜ୍ଞାନିକ କିପରି ଜୀବକୋଷମାନଙ୍କୁ ‘ସିଆଲିକ୍‌ ଅମ୍ଳ’ର ଏକ ଅପ୍ରାକୃତିକ ତଥା ଭିନ୍ନତା ଥିବା ରୂପ ପ୍ରସ୍ତୁତ ଲାଗି ପ୍ରରୋଚିତ କରୁଥିଲେ ତାହା ଶୁଣିଲେ। ଏହି ଅମ୍ଳଟିରୁ‘ଗ୍ଲାଇକାନ୍‌’ ତିଆରି କରେ। ତେଣୁ ସେହି ପଦ୍ଧତି ଅନୁସରଣ କରି ଏକ ରାସାୟନିକ ହ୍ୟାଣ୍ଡେଲ ଥିବା ‘ସିଆଲିକ୍‌ ଅମ୍ଳ’ ପ୍ରସ୍ତୁତ କରିବା ଲାଗି ଜୀବକୋଷମାନଙ୍କୁ ପ୍ରରୋଚିତ କଲେ। ସେ ଏହାର ହ୍ୟାଣ୍ଡେଲ ସହିତ ଯୋଡିଦେଲେ ପ୍ରତିଦୀପ୍ତଶୀଳ ଅଣୁ। ତାହା ଜୀବକୋଷ ମଧ୍ୟରେ ଯେଉଁଠି ଲୁ୍‌କ୍କାୟିତ ରହିଲା ସେଠାରୁ ନିର୍ଗତ ହେଲା ଆଲୋକ। ଅତଏବ ତାହାକୁ ଅଧ୍ୟୟନ କରିବାର ବାଟ ଖୋଲିଗଲା। ଏହି ପ୍ରକ୍ରିୟା ଥିଲା ‘କ୍ଲିକ୍‌ କେମେଷ୍ଟ୍ରି’ର ଏକ ଭିନ୍ନ ରୂପ। ସେ ଏହାକୁ ‘ବାଇଓ-ଅର୍ଥଗୋନାଲ୍‌’ ପ୍ରତିକ୍ରିୟା ବୋଲି କହିଲେ। ଏହା ହିଁ ତାଙ୍କୁ ଇତିସହାସରେ ଅଷ୍ଟମ ମହିଳା ରୂପରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିବାରେ ସାହାଯ୍ୟ କଲା। ଏଥିପୂର୍ବରୁ ସେ ମଧ୍ୟ ୨୦୧୦ରେ ଲାଭ କରିଥିଲେ ପ୍ରଥମ ମହିଳା ଭାବେ ସମ୍ମାନଜନକ ‘ଲେମଲସନ୍‌ ଏମଟିଆଇ’ ପୁରସ୍କାର।

(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri