କ୍ରୋମାଇଟ ଲୋଡିଂରେ ଚାନ୍ଦା ଆଦାୟକୁ ବିରୋଧ: ଖଣି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

କାଳିଆପାଣି,୨୨ା୧୧(ଡି.ଏନ୍‌.ଏ.): ସୁକିନ୍ଦା କ୍ରୋମାଇଟ ଖଣି ପରିବହନରେ ଶ୍ରମିକମାନେ ଟ୍ରକ୍‌ ଲୋଡିଂ କ୍ଷେତ୍ରରେ ବେଆଇନ ଚାନ୍ଦା (ମାମୁଲି) ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଟ୍ରକ୍‌ମାଲିକ ସଂଘ ପକ୍ଷରୁ ଖଣି କର୍ତ୍ତୃପକ୍ଷ ରାଜେଶ ପଟେଲ୍‌ ଏବଂ କାଳିଆପାଣି ଥାନାଧିକାରୀ ରାମାକାନ୍ତ ମୁଦୁଲିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ସଂଘ ସୂଚନା ଦେଇଛି। ଆଗାମୀ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ସଂଘ ପ୍ରକାଶ କରିଛି।
କ୍ରୋମାଇଟ ଖଣି ଅଞ୍ଚଳରେ କ୍ରୋମାଇଟ ଲୋଡିଂ (ବୋଝେଇ) କରୁଥିବା ଶ୍ରମିକଙ୍କୁ ଖଣି କର୍ତ୍ତୃପକ୍ଷ ଲୋଡିଂ ବାବଦ ପ୍ରାପ୍ୟ ନିୟୋଜିତ ଠିକାଦାରଙ୍କୁ ପ୍ରଦାନ କରିଥାନ୍ତି। କିନ୍ତୁ ଖଣିରେ ଲୋଡ଼ିଂ କରୁଥିବା ଶ୍ରମିକମାନେ ବେଆଇନଭାବେ ୬ ଚକ ଟ୍ରକ୍‌ରୁ ୫ ଶହ ଟଙ୍କା, ୧୦ ଚକରୁ ୧୨୦୦, ୧୨ ଚକରୁ ୧୫୦୦ ଏବଂ ୧୪ ଚକ ଟ୍ରକ୍‌ରୁ ୧୬୦୦ ଟଙ୍କା ଆଦାୟ କରୁଛନ୍ତି। ଟ୍ରକ୍‌ ଡ୍ରାଇଭର ଚାନ୍ଦା ନ ଦେଲେ ଲୋଡିଂ ଶ୍ରମିକଙ୍କ ଖାତାଦାର(ଗ୍ୟାଙ୍ଗଲିଡର) ଗାଡି ଲୋଡିଂ ନ କରି ବିଳମ୍ବ କରିବା ସହ ବେଳେ ବେଳେ ଧମକ ଦେବା ଓ ଟ୍ରକ ସିରିୟଲ ନାମରେ ୩୦ ଟଙ୍କା ଲେଖାଏଁ ନେଉଥିବା ଟ୍ରକ୍‌ ମାଲିକ ସଂଘ, କୁହିକା, ସୁକିନ୍ଦା, ଡୁବୁରୀ, ଦାନଗଦୀ, ଯାଜପୁର ରୋଡ, ଚଣ୍ଡିଖୋଲ, ଟମକା ପ୍ରଭୃତି ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଯାଜପୁର ଟ୍ରକ୍‌ ମାଲିକ ସଂଘର ହୃଦାନନ୍ଦ ସାମଲ, ଅଶୋକ ନାୟକ, ଅଶୋକ ଦାସ, ରାଜକିଶୋର ପ୍ରଧାନ, ବିଜୟ କୁମାର ମହାନ୍ତି, ସୂର୍ଯ୍ୟମଣି ବେହେରା, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ସାହାଣୀ, ଅରୁଣ ପରିଡ଼ା, ରଞ୍ଜନ ନାୟକ, ନାରାୟଣ ବେହେରା, ଅଭିମୁନ୍ୟୁ ଦାସ, ସଞ୍ଜୟ ଶତପଥୀ, ସୁଦର୍ଶନ ପାତ୍ର, ଚିତ୍ତରଞ୍ଜନ ରାଜ, ପ୍ରଶାନ୍ତ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri