Posted inଖେଳ

କ୍ରୀଡ଼ା ଜଗତ ପାଇଁ କଠିନ ସମୟ

ଶୁଭମ୍‌ ଷଡ଼ଙ୍ଗୀ। ଓଡ଼ିଶା ଏଫସି ଏବଂ ଭାରତୀୟ ଫୁଟବଲ ପାଇଁ ଏବେ ଏକ ପରିଚିତ ନାମ। ଇଣ୍ଡିଆନ ସୁପର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଯୁବ ଓଡ଼ିଆ ଖେଳାଳି ସାମ୍ପ୍ରତିକ ସମୟକୁ ନେଇ ବେଶ୍‌ ଚିନ୍ତିତ। କୋଭିଡ-୧୯ ସଂକ୍ରମଣ ଯୋଗୁ କ୍ରୀଡ଼ା ଜଗତ ଏବେ କଠିନ ସମୟ ଦେଇ ଗତି କରୁଛି। ସ୍ବାସ୍ଥ୍ୟ ଏବେ ପ୍ରାଥମିକତା ହୋଇଥିବାବେଳେ ଏଥିପ୍ରତି ସମସ୍ତେ ଯନତ୍ବାନ ହେବା ଆବଶ୍ୟକ ବୋଲି ସମ୍ପ୍ରତି ହାଇଦ୍ରାବାଦରେ ପରିବାରବର୍ଗଙ୍କ ସହ ସମୟ ବିତାଉଥିବା ଶୁଭମ୍‌ ପ୍ରକାଶ କରିଛନ୍ତି।

ପ୍ର: ଆଇଏସ୍‌ଏଲ୍‌ ୨୦୧୯-୨୦ ସିଜନ କିପରି ରହିଲା ?
ଉ: ବହୁତ ବଢ଼ିଆ ଥିଲା ସିଜନ। ବହୁତ କଥା ଶିଖିଲି। ଏଥିପାଇଁ ମୋ ଖେଳରେ ଉନ୍ନତି ହୋଇଛି ଏବଂ ମୁଁ ଅଭିଜ୍ଞ ମଧ୍ୟ ହୋଇଛି। ଟିମ୍‌ କଥା କହିଲେ ସିଜନ ଉତଥାନ ପତନଭରା ରହିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ଆମେ ଖେଳିଥିବା ମ୍ୟାଚ ଗୁଡ଼ିକ ବହୁତ ବଢ଼ିଆ ଥିଲା। ସେଠାରେ ୬ ମ୍ୟାଚରୁ ଆମେ ୪ଟି ଜିତିଥିଲୁ ଏବଂ ଗୋଟିଏ ଲେଖାଏ ମ୍ୟାଚ ହାରିଥିଲୁ ଏବଂ ଡ୍ର ରଖିଥିଲୁ। ସେଠାରେ ମିଳିଥିବା ସପୋର୍ଟ ଆମ ଟିମ୍‌କୁ ବହୁତ ମୋଟିଭେଟ କରିଥିଲା। ଆମେ ଯଦି ସେଠାରେ ଆରମ୍ଭରୁ ଘରୋଇ ମ୍ୟାଚ ଖେଳିଥାନ୍ତୁ ତେବେ ସମ୍ଭବତଃ ଆହୁରି ଭଲ ସ୍ଥିତିରେ ରହିଥାନ୍ତୁ। ଟପ୍‌-୪ରେ ବି ରହିପାରିଥାନ୍ତୁ।

ପ୍ର: ମୋଟ କେତୋଟି ମ୍ୟାଚ ଖେଳିଥିଲେ, କେଉଁ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ଥିଲା ?
ଉ: ସିଜନରେ ମୁଁ ୧୭ଟି ମ୍ୟାଚ ଖେଳିଥିଲି। ହଳଦିଆ କାର୍ଡ ପାଇଁ ଗୋଆ ଏଫସି ବିପକ୍ଷ ଗୋଟିଏ ମ୍ୟାଚ ଖେଳିପାରି ନ ଥିଲି। ଶେଷ ମ୍ୟାଚଟି ବହୁତ ସଂଘର୍ଷପୂର୍ଣ୍ଣ ଏବଂ ସ୍ମରଣୀୟ ଥିଲା। ଆମେ ଏକଦା ୪-୨ରେ ଅଗ୍ରଣୀ ଥିଲେ ହେଁ ଶେଷରେ ମ୍ୟାଚ ଡ୍ର ରହିଥିଲା। ଏଥିରେ ଆମକୁ ଅନେକ କିଛି ଶିଖିବାକୁ ମିଳିଥିଲା।

ପ୍ର: ଓଡ଼ିଶା ଏଫସି ଦୀର୍ଘଦିନ ଟପ୍‌-୪ରେ ରହିଥିଲେ ହେଁ ଶେଷରେ ତଳକୁ ଖସିବାର ମୁଖ୍ୟ କାରଣ କ’ଣ ?
ଉ: ଶେଷଭାଗରେ ଟପ୍‌-୩ ଟିମ୍‌ ଗୋଆ, ବେଙ୍ଗାଲୁରୁ ଓ ଏଟିକେ ସହିତ ଆମେ ଯେଉଁ ୩ଟି ମ୍ୟାଚ ଖେଳିଲୁ ସେଥିରୁ କିଛି ପଏଣ୍ଟ ପାଇଥିଲେ ଆମେ ଟପ୍‌-୪ରେ ସ୍ଥାନ ବଜାୟ ରଖି ପାରିଥାନ୍ତୁ। କିଛି ତ୍ରୁଟି ମଧ୍ୟ ରହିଗଲା। ପିଲାମାନେ କିଛିଟା କ୍ଳାନ୍ତ ଅନୁଭବ କରୁଥିବାବେଳେ କିଛି ଭଲ ଖେଳାଳି ଆହତ ସମସ୍ୟାକୁ ଚାଲିଗଲେ। ମୁଁ ମଧ୍ୟ ଆହତ ଥାଇ ଖେଳିଥିଲି। ଗୁରୁତ୍ୱପୂର୍ଣ୍ଣ ସମୟରେ ଖେଳାଳି ଆହତ ସମସ୍ୟାର ପ୍ରଭାବ ପଡ଼ିଲା।

ପ୍ର: ଆରିଡାନେ ସାଣ୍ଟାନାଙ୍କ ଆହତ ସମସ୍ୟା ଦଳପାଇଁ କ୍ଷତି ପହଞ୍ଚାଇଲା କି ?
ଉ: ସାଣ୍ଟାନା ଟିମ୍‌ର ଟପ୍‌ ସ୍କୋରର ଥିଲେ। କେବଳ ସେତିକି ନୁହେଁ ସେ କଠିନ ପରିଶ୍ରମ ମଧ୍ୟ କରୁଥିଲେ। ତାଙ୍କୁ ହରାଇବା ଦଳପାଇଁ ଖରାପ ସମୟ ଥିଲା। ତେବେ ତାଙ୍କ ବଦଳ ଖେଳାଳି ମାନୁଏଲ ଓନୁ ମଧ୍ୟ ବହୁତ ଭଲ ଖେଳିଲେ।

ପ୍ର: ଆପଣ ୫ଟି ମ୍ୟାଚରେ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଅନୁଭୂତି କିପରି ଥିଲା ?
ଉ: ପୁରା ଦଳର ସମର୍ଥନ ପାଇଁ ଏହା ସମ୍ଭବ ହୋଇଥିଲା। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଦର୍ଶକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଏହାଛଡ଼ା କୋଚ୍‌ ଏବଂ ଦଳର ମାଲିକଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ଭରପୁର ସମର୍ଥନ ଯୋଗୁ ମୁଁ ଉତ୍ସାହିତ ହୋଇଥିଲି ଏବଂ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଥିଲି।

ପ୍ର: ମୁଖ୍ୟ କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଅନୁଭବ ହେବ କି ?
ଉ: ଓଡ଼ିଶା ଏଫସି ଏକ ଯୁବ ଦଳ ହୋଇଥିଲେ ହେଁ କେବଳ ତାଙ୍କ ଯୋଗୁ ସିଜନରେ ଭଲ ଫିନିଶ୍‌ କରିପାରିଲା। ସବୁ ଖେଳାଳିଙ୍କୁ ସେ ଉତ୍ସାହିତ କରିଥିଲେ। ସେ ଆମ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ। ଫଳରେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ ଦେଇ ପାରିଲେ। କୋଚ ବଦଳ ପ୍ରକ୍ରିୟା ପ୍ରାୟତଃ ଫୁଟବଲରେ ଚାଲିଥାଏ। ତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ନୂଆ କୋଚ୍‌ଙ୍କ ଅଧିନରେ କିପରି ଭଲ ଖେଳିପାରିବୁ ତା’ ଉପରେ ଧ୍ୟାନ ଦେବାକୁ ହେବ।

ପ୍ର: ପୁରା ସିଜନ ଦେଖିଲେ ଓଡ଼ିଶା ଏଫସି ଡ୍ରେସିଂ ରୁମ୍‌ ବାତାବରଣ କିପରି ଥିଲା। କୌଣସି ମ୍ୟାଚ ହାରିବାପରେ ଖେଳାଳିଙ୍କୁ କେତେ ସମର୍ଥନ ମିଳୁଥିଲା ?
ଉ: କୌଣସି ମ୍ୟାଚ ହାରିଗଲେ ଚାପଗ୍ରସ୍ତ ନ ହେବାପାଇଁ ଅଧିନାୟକଙ୍କ ସମେତ ଆମ ଦଳର ଅଭିଜ୍ଞ ଖେଳାଳିମାନେ ପରାମର୍ଶ ଦେଉଥିଲେ। ଡ୍ରେସିଂ ରୁମ୍‌ ବାତାବରଣ ବହୁତ ବଢ଼ିଆ ଏବଂ ଫ୍ରେଣ୍ଡଲୀ ରହିଥିଲା। ଆଗାମୀ ମ୍ୟାଚରେ କିପରି ତ୍ରୁଟିକୁ ସୁଧାରି ପାରିବୁ ତା’ ଉପରେ ଆଲୋଚନା ହେଉଥିଲା।

ପ୍ର: ଏଟିକେ ଚାମ୍ପିୟନ ହେବା ପଛରେ ମୁଖ୍ୟ କାରଣ କ’ଣ ?
ଉ: ଏଟିକେ ଦଳର ଆକ୍ରମଣ ବହୁତ ଭଲ। ପ୍ରତିପକ୍ଷ ଦଳର ସାମାନ୍ୟ ତ୍ରୁଟି ଦେଖିଲେ ସେମାନେ ସେଠାରେ ହିଁ ମ୍ୟାଚ ଶେଷ କରି ଦିଅନ୍ତି। ତାଙ୍କ ଦୁଇ ଷ୍ଟ୍ରାଇକର ଅନେକ ଅଭିଜ୍ଞ। ଦଳର ଫିନିଶିଂ ବହୁତ କ୍ଲିନିକାଲ ଥିଲା। ଗୋଟିଏ ସୁଯୋଗ ପାଇଲେ ମଧ୍ୟ ସେ ତାହାକୁ ହାତଛଡ଼ା କରିବା ସମ୍ଭାବନା କମ୍‌ ଥିଲା। ମିଡ୍‌ଫିଲ୍ଡ ମଧ୍ୟ ଶକ୍ତିଶାଳୀ ଥିଲା। ସମ୍ଭବତଃ ଏଥିପାଇଁ ଦଳ ଫାଇଦାରେ ରହିଲା।

ପ୍ର: ଦୁଇ ପର୍ଯ୍ୟାୟ ବିଶିଷ୍ଟ ସେମିଫାଇନାଲ ଦଳଗୁଡ଼ିକ ପାଇଁ କେତେ ଉପାଦେୟ ?
ଉ:ମୋ ହିସାବରେ ଏହା ବହୁତ ଭଲ। ଏହାଦ୍ୱାରା ଦୁଇଟି ଯାକ ଦଳ ନିଜ ହୋମ୍‌ ଗ୍ରାଉଣ୍ଡରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବାର ସୁଯୋଗ ପାଉଛି। ଫଳରେ ଉଭୟ ଦଳପାଇଁ ସମାନ ସୁଯୋଗ ରହୁଛି।

ପ୍ର: ଭାରତୀୟ ସିନିୟର କ୍ୟାମ୍ପକୁ ଡାକରା ପାଇବାପରେ କେମିତି ଅନୁଭବ ହୋଇଥିଲା ?
ଉ: ଏଥିରେ ମୁଁ ବହୁତ ଖୁସି ହୋଇ ଯାଇଥିଲି। ଏଥିପାଇଁ ଯେଉଁମାନେ ସପୋର୍ଟ କରିଛନ୍ତି, ମୋ ପରିବାର, ଟିମ୍‌ମେଟ୍‌, କୋଚ୍‌ ମାନଙ୍କୁ ଏଥିପାଇଁ ମୁଁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଓଡ଼ିଶାର ଦର୍ଶକଙ୍କୁ ମଧ୍ୟ ବହୁତ ଧନ୍ୟବାଦ। ଆଗାମୀ ଦିନରେ ଭଲ ଖେଳି ଓଡ଼ିଶା ଏବଂ ଦେଶକୁ ଗର୍ବିତ କରିବାକୁ ମୋର ଇଚ୍ଛା।

ପ୍ର: କୋଭିଡ-୧୯ ସଂକ୍ରମଣ ଜନିତ ସାମ୍ପ୍ରତିକ ସମୟ ଜଣେ ଖେଳାଳି ପାଇଁ କେତେ କଷ୍ଟକର। କେମିତି ସମୟ ଅତିବାହିତ କରୁଛନ୍ତି ?
ଉ: ସୌଭାଗ୍ୟ ବଶତଃ ଇଣ୍ଡିଆନ ସୁପରଲିଗ୍‌ ଶେଷ ହୋଇ ଯାଇଛି। ଏହା ଯୋଗୁ ଫାଇନାଲ ବିନା ଦର୍ଶକରେ ଖେଳାଗଲା। ସ୍ପୋଟର୍‌ସ ଅପେକ୍ଷା ବର୍ତ୍ତମାନ ସ୍ବାସ୍ଥ୍ୟ ସମସ୍ୟା ବହୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ପରିବାର ସହିତ ରହି ନିଜର ଏବଂ ଅନ୍ୟମାନଙ୍କର ଯନତ୍ ନେବା ଅତି ଜରୁରୀ। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ମାନି ଆମକୁ ଚଳିବାକୁ ପଡ଼ିବ। କ୍ରୀଡ଼ା ଜଗତ ପାଇଁ ଏହା ଏକ କଠିନ ସମୟ। ଯେତେଶୀଘ୍ର ଏହି ଭାଇରସ କାରଣରୁ ବିଶ୍ୱ ମୁକୁଳିବ ସେତେ ଭଲ। ମୁଁ ବର୍ତ୍ତମାନ ଘରେ ଓ୍ବାର୍କଆଉଟ କରୁଛି। ପୁରୁଣା ମ୍ୟାଚ ଦେଖି ତ୍ରୁଟି ସୁଧାରିବାକୁ ଚେଷ୍ଟା କରୁଛି ଏବଂ ପରିବାର ସହିତ ସମୟ ବିତାଉଛି।

ପ୍ର: କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ସମ୍ପର୍କରେ କ’ଣ କହିବେ ?
ଉ: ଏତେ କମ୍‌ ଦିନ ମଧ୍ୟରେ ଓଡ଼ିଶାରେ ଏପରି ଫୁଟବଲ ସଂସ୍କୃତି ଡେଭଲପ୍‌ ହୋଇଥିବା ଦେଖି ବହୁତ ଖୁସି ଲାଗୁଛି। ଷ୍ଟାଡିୟମକୁ ବହୁ ଲୋକ ଆସି ଆମକୁ ସମର୍ଥନ କରିଥିଲେ। ଏହାର ବାତାରବଣ ମଧ୍ୟ ବହୁତ ଭଲ। ଷ୍ଟାଡିୟମକୁ ଦେଖି ସମସ୍ତ ଖେଳାଳି ଖୁସି ଥିଲେ। ପଡ଼ିଆ ସମ୍ଭବତଃ ଶୀଘ୍ର ପ୍ରସ୍ତୁତ ହୋଇଛି। ଆଉଟିକେ ସମୟ ଦେଲେ ଗ୍ରାଉଣ୍ଡ ଆହୁରି ଭଲ ହୋଇପାରିବ।

ପ୍ର: ଭବିଷ୍ୟତ ଲକ୍ଷ୍ୟ କ’ଣ ରହିଛି ?
ଉ:ମୁଁ ଜାତୀୟ ଦଳ ପକ୍ଷରୁ ଖେଳିବାକୁ ଲକ୍ଷ୍ୟ ରଖିଛି ଏବଂ ପ୍ରଦର୍ଶନ ମାଧ୍ୟମରେ ଦେଶକୁ ଗର୍ବିତ କରିବାକୁ ଆଶାବାଦୀ ।

 

ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri