Categories: ଫୁରସତ

କ୍ରିସ୍‌ର ଭଲ ସାଙ୍ଗ ରେମୁସ୍‌

ନୂଆଦିଲ୍ଲୀ:ବହୁ ସମୟରେ ଜୀବମାନଙ୍କର ଅଜବ ବନ୍ଧୁତ୍ୱ ସୋସିଆଲ ମିଡିଆରେ ସାମ୍‌ନାକୁ ଆସୁଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଚିତା ଓ କୁକୁର। ୩ ମାସର ଚିତା ଛୁଆର ନାଁ କ୍ରିସ୍‌ ଓ କୁକୁରର ନାଁ ରେମୁସ୍‌। ଏହି ଦୁଇ ଜୀବଙ୍କର ଭେଟ ହୋଇଥିଲା ଗତ ସେପ୍ଟେମ୍ବରରେ। ଏବେ ସେମାନେ ନିବିଡ ବନ୍ଧୁତ୍ୱରେ ବାନ୍ଧି ହୋଇଯାଇଛନ୍ତି। ଆମେରିକାର ସିନସିନାଟି ଚିଡିଆଖାନାରେ ଜନ୍ମ ଦେଇଥିବା ଚିତା ଛୁଆଗୁଡିକ ମଧ୍ୟରୁ କେବଳ କ୍ରିସ୍‌ ହିଁ ବଞ୍ଚିଛି। ତା’ର ଏକଲାପଣ ଦୂର କରିବା ପାଇଁ ଚିଡିଆଖାନାର ପ୍ରଶିକ୍ଷକ ତା’ ସାଙ୍ଗରେ ଖେଳିବା ପାଇଁ ରେମୁସ୍‌କୁ ବାଛିଥିଲେ। ରେମୁସ୍‌କୁ ବି ଉଦ୍ଧାର କରାଯାଇ ଚିଡିଆଖାନାରେ ରଖାଯାଇଛି । ସେମାନେ ସାଥୀ ହୋଇ ଖେଳିବା ପରେ ଏଭଳି ବନ୍ଧୁତ୍ୱ ଗଢି ଉଠିଛି। ସୋସିଆଲ ମିଡିଆରେ ଏହି ଦୁହଁିଙ୍କ ବନ୍ଧୁତ୍ୱର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି। କିନ୍ତୁ ଚିଡିଆଖାନା କର୍ତ୍ତୃପକ୍ଷ ଏହି ଭିଡିଓକୁ ଏବେ ବନ୍ଦ କରିଦେଇଛନ୍ତି।

Share