Posted inଫୁରସତ

କ୍ରିସ୍‌ମାସ୍‌ ଡେଷ୍ଟିନେଶନ

କ୍ରିସ୍‌ମାସ୍‌କୁ ପ୍ରାୟ ସବୁ ସ୍ଥାନରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏପରିକି ଭାରତର ଅନେକ ସ୍ଥାନରେ ବି ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ତତ୍ପରତା ଦେଖାଇଥାନ୍ତି। ତେଣୁ ଏଥରର କ୍ରିସ୍‌ମାସ୍‌ ଛୁଟିରେ ଯଦି ଆପଣମାନେ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା କ୍ରିସ୍‌ମାସ୍‌ ଡେଷ୍ଟିନେଶନଗୁଡ଼ିକ ମଧ୍ୟରୁ କାହାକୁ ବି ବାଛିପାରିବେ। ଯେଉଁଠାରେ ଛୁଟିକୁ ଏନ୍‌ଜୟ କରିବା ସହ ଅନୁଭୂତି ସାଉଁଟିବାରଯଥେଷ୍ଟ ସୂଯୋଗ ପାଇପାରିବେ…

ବେଙ୍ଗାଲୁରୁ: ଏହି ସହରରେ କ୍ରିସ୍‌ମାସ୍‌କୁ ବେଶ୍‌ ଉଲ୍ଲାସ ଓ ଜୋସ୍‌ର ସହକାରେ ଲୋକେ ପାଳନ କରିଥାନ୍ତି। ଖାସ୍‌କରି ଏହି ପର୍ବ ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ କେକ୍‌, ଡେଜଟର୍‌ସ ତଥା ଡିସେସ୍‌ର ମହକ ଏଠାକାର ପରିବେଶକୁ ଆହୁରି ମନଲୋଭା କରିଦେଇଥାଏ। ସେହିପରି ଏଠାକାର ଚର୍ଚ୍ଚ ତଥା ରାସ୍ତାଗୁଡ଼ିକର ସାଜସଜ୍ଜା ବି ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

କୋଲକାତା: ‘ସିଟି ଅଫ୍‌ ଜୟ’ ଭାବେ ପରିଚିତ କୋଲକାତାରେ ବି କ୍ରିସ୍‌ମାସ୍‌ ପର୍ବକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଇଥାଏ। ଏହି ସମୟରେ ଚର୍ଚ୍ଚ, ରାସ୍ତାଘାଟ, ଘରଦ୍ୱାରର ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଏଠାରେ ଆୟୋଜନ କରାଯାଉଥିବା ବିଭିନ୍ନ ପ୍ରକାରର କୌତୁକିଆ ଖେଳ ଓ ଫୁଡ୍‌ ଫେଷ୍ଟିଭାଲ ବି ଏଠାକାର ଅନ୍ୟତମ ଆକର୍ଷଣ ସାଜିଥାଏ।

ଡାମନ୍‌ ଆଣ୍ଡ ଡିୟୁ: ଏଠାରେ ମୁଖ୍ୟତଃ ପର୍ତ୍ତୁଗୀଜ୍‌ମାନଙ୍କ ଶୈଳୀରେ କ୍ରିସ୍‌ମାସ୍‌ ପର୍ବକୁ ପାଳନ କରାଯାଇଥାଏ, ଯାହା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଶେଷ କରି ଏହି ଅବସରରେ ପାଳିତ ହେଉଥିବା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବେଶ୍‌ ମନଛୁଆଁ ଲାଗିଥାଏ।

କୋଚି: କମ୍‌ ଖର୍ଚ୍ଚରେ କ୍ରିସ୍‌ମାସ୍‌ ସେଲିବ୍ରେଶନ୍‌ର ମଜା ନେବାକୁ ଚାହୁଁଥିଲେ କୋଚିଠୁ ବଳି ଆଉ ଭଲ ସ୍ଥାନ କ’ଣ ହୋଇପାରେ। ବିଶେଷକରି ଏଠାକାର ଲୋକଗୀତ ହିଁ ଏହି ପର୍ବକୁ ଅଧିକ ମନଛୁଆଁ କରିଦେଇଥାଏ।

ଗୋଆ: ଏଠାରେ ପର୍ତ୍ତୁଗାଲ୍‌ମାନଙ୍କର କିଛିଟା ଛାପ ରହିବା ସହ ବହୁ ପରିମାଣରେ ଚର୍ଚ୍ଚ ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ଯେଉଁଥିପାଇଁ ପ୍ରତିବର୍ଷ କ୍ରିସ୍‌ମାସ୍‌ ପର୍ବକୁ ଏଠାରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆଉ ଏହି ବିଶେଷ ଅବସରରେ ଗୋଆର ପ୍ରତି କୋଣଅନୁକୋଣକୁ ଫୁଲ ଏବଂ ରଙ୍ଗିନ୍‌ ଆଲୋକରେ ସଜାଯାଇ ଆକର୍ଷଣୀୟ କରି ଦିଆଯାଇଥାଏ। ତା’ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଲୋକଙ୍କୁ ଆକୃଷ୍ଟ କରାଯାଇଥାଏ।

ପଣ୍ଡିଚେରୀ: ଏଠାରେ ଟିକେ ଫ୍ରେଞ୍ଚ ପ୍ରଭାବ ରହୁଥିବା ଅନୁଭବ କରାଯାଏ। ଫଳରେ କ୍ରିସ୍‌ମାସ୍‌ ଅବସରରେ ଏଠାରେ ଚର୍ଚ୍ଚ ସମେତ ରାସ୍ତାଘାଟଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଲୋକମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବି ଆୟୋଜନ ହୋଇଥାଏ।

ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇରେ ମଧ୍ୟ କ୍ରିସ୍‌ମାସ୍‌ ସେଲିବ୍ରେଶନ୍‌କୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। କାରଣ ଏହି ବିଶେଷ ଅବସରରେ ଏଠାକାର ଚର୍ଚ୍ଚ, ମଲ୍‌ ତଥା ମାର୍କେଟ୍‌ଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଏଠାରେ ଥିବା ଚର୍ଚ୍ଚକୁ ଯାଇ ପ୍ରଭୁ ଯିଶୁଙ୍କୁ ଦର୍ଶନ କରିବା ସହ ସୁସ୍ବାଦୁ କ୍ରିସ୍‌ମାସ୍‌୍‌ କେକ୍‌ ଖାଇବାର ମଜା ବେଶ୍‌ ଆନନ୍ଦ ଦେଇଥାଏ।

ମନାଲି: ତୁଷାରପାତର ଶୀତଳ ପରଶରେ କ୍ରିସ୍‌ମାସ୍‌ ମନାଇବାର ମଜା ହିଁ କିଛି ଖାସ୍‌। ଏଥିପାଇଁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ କହିଲେ ଭୁଲ୍‌ ହେବ ନାହିଁ। କାରଣ କ୍ରିସ୍‌ମାସ୍‌ ଅବସରରେ ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫରେ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ।

କେରଳ: ଏଠାରେ ବି ଅନେକ ଗିର୍ଜାଘର ରହିଛି। କ୍ରିସ୍‌ମାସ୍‌ ସମୟରେ ଏହି ଗିର୍ଜାଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇ ପର୍ଯ୍ୟଟକଙ୍କ ନିମନ୍ତେ ରାତିସାରା ଖୋଲା ରଖାଯାଇଥାଏ। ସେହିପରି ଏଠାକାର ରେଷ୍ଟୁରାଣ୍ଟଗୁଡ଼ିକରେ ଭଲ ଡିସ୍‌କାଉଣ୍ଟରେ ସୁସ୍ବାଦୁ ବ୍ୟଞ୍ଜନ ପରଷାଯିବା ସହ ବ୍ୟାକ୍‌ଓ୍ବାଟର୍‌ରେ ବୋଟିଂ କରିବାର ମଜା ହିଁ ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri