Posted inଫୁରସତ

କ୍ରିସ୍‌ମାସ୍‌ ଡେଷ୍ଟିନେଶନ

କ୍ରିସ୍‌ମାସ୍‌କୁ ପ୍ରାୟ ସବୁ ସ୍ଥାନରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏପରିକି ଭାରତର ଅନେକ ସ୍ଥାନରେ ବି ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ତତ୍ପରତା ଦେଖାଇଥାନ୍ତି। ତେଣୁ ଏଥରର କ୍ରିସ୍‌ମାସ୍‌ ଛୁଟିରେ ଯଦି ଆପଣମାନେ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା କ୍ରିସ୍‌ମାସ୍‌ ଡେଷ୍ଟିନେଶନଗୁଡ଼ିକ ମଧ୍ୟରୁ କାହାକୁ ବି ବାଛିପାରିବେ। ଯେଉଁଠାରେ ଛୁଟିକୁ ଏନ୍‌ଜୟ କରିବା ସହ ଅନୁଭୂତି ସାଉଁଟିବାରଯଥେଷ୍ଟ ସୂଯୋଗ ପାଇପାରିବେ…

ବେଙ୍ଗାଲୁରୁ: ଏହି ସହରରେ କ୍ରିସ୍‌ମାସ୍‌କୁ ବେଶ୍‌ ଉଲ୍ଲାସ ଓ ଜୋସ୍‌ର ସହକାରେ ଲୋକେ ପାଳନ କରିଥାନ୍ତି। ଖାସ୍‌କରି ଏହି ପର୍ବ ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ କେକ୍‌, ଡେଜଟର୍‌ସ ତଥା ଡିସେସ୍‌ର ମହକ ଏଠାକାର ପରିବେଶକୁ ଆହୁରି ମନଲୋଭା କରିଦେଇଥାଏ। ସେହିପରି ଏଠାକାର ଚର୍ଚ୍ଚ ତଥା ରାସ୍ତାଗୁଡ଼ିକର ସାଜସଜ୍ଜା ବି ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

କୋଲକାତା: ‘ସିଟି ଅଫ୍‌ ଜୟ’ ଭାବେ ପରିଚିତ କୋଲକାତାରେ ବି କ୍ରିସ୍‌ମାସ୍‌ ପର୍ବକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଇଥାଏ। ଏହି ସମୟରେ ଚର୍ଚ୍ଚ, ରାସ୍ତାଘାଟ, ଘରଦ୍ୱାରର ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଏଠାରେ ଆୟୋଜନ କରାଯାଉଥିବା ବିଭିନ୍ନ ପ୍ରକାରର କୌତୁକିଆ ଖେଳ ଓ ଫୁଡ୍‌ ଫେଷ୍ଟିଭାଲ ବି ଏଠାକାର ଅନ୍ୟତମ ଆକର୍ଷଣ ସାଜିଥାଏ।

ଡାମନ୍‌ ଆଣ୍ଡ ଡିୟୁ: ଏଠାରେ ମୁଖ୍ୟତଃ ପର୍ତ୍ତୁଗୀଜ୍‌ମାନଙ୍କ ଶୈଳୀରେ କ୍ରିସ୍‌ମାସ୍‌ ପର୍ବକୁ ପାଳନ କରାଯାଇଥାଏ, ଯାହା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଶେଷ କରି ଏହି ଅବସରରେ ପାଳିତ ହେଉଥିବା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବେଶ୍‌ ମନଛୁଆଁ ଲାଗିଥାଏ।

କୋଚି: କମ୍‌ ଖର୍ଚ୍ଚରେ କ୍ରିସ୍‌ମାସ୍‌ ସେଲିବ୍ରେଶନ୍‌ର ମଜା ନେବାକୁ ଚାହୁଁଥିଲେ କୋଚିଠୁ ବଳି ଆଉ ଭଲ ସ୍ଥାନ କ’ଣ ହୋଇପାରେ। ବିଶେଷକରି ଏଠାକାର ଲୋକଗୀତ ହିଁ ଏହି ପର୍ବକୁ ଅଧିକ ମନଛୁଆଁ କରିଦେଇଥାଏ।

ଗୋଆ: ଏଠାରେ ପର୍ତ୍ତୁଗାଲ୍‌ମାନଙ୍କର କିଛିଟା ଛାପ ରହିବା ସହ ବହୁ ପରିମାଣରେ ଚର୍ଚ୍ଚ ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ଯେଉଁଥିପାଇଁ ପ୍ରତିବର୍ଷ କ୍ରିସ୍‌ମାସ୍‌ ପର୍ବକୁ ଏଠାରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆଉ ଏହି ବିଶେଷ ଅବସରରେ ଗୋଆର ପ୍ରତି କୋଣଅନୁକୋଣକୁ ଫୁଲ ଏବଂ ରଙ୍ଗିନ୍‌ ଆଲୋକରେ ସଜାଯାଇ ଆକର୍ଷଣୀୟ କରି ଦିଆଯାଇଥାଏ। ତା’ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଲୋକଙ୍କୁ ଆକୃଷ୍ଟ କରାଯାଇଥାଏ।

ପଣ୍ଡିଚେରୀ: ଏଠାରେ ଟିକେ ଫ୍ରେଞ୍ଚ ପ୍ରଭାବ ରହୁଥିବା ଅନୁଭବ କରାଯାଏ। ଫଳରେ କ୍ରିସ୍‌ମାସ୍‌ ଅବସରରେ ଏଠାରେ ଚର୍ଚ୍ଚ ସମେତ ରାସ୍ତାଘାଟଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଲୋକମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବି ଆୟୋଜନ ହୋଇଥାଏ।

ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇରେ ମଧ୍ୟ କ୍ରିସ୍‌ମାସ୍‌ ସେଲିବ୍ରେଶନ୍‌କୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। କାରଣ ଏହି ବିଶେଷ ଅବସରରେ ଏଠାକାର ଚର୍ଚ୍ଚ, ମଲ୍‌ ତଥା ମାର୍କେଟ୍‌ଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଏଠାରେ ଥିବା ଚର୍ଚ୍ଚକୁ ଯାଇ ପ୍ରଭୁ ଯିଶୁଙ୍କୁ ଦର୍ଶନ କରିବା ସହ ସୁସ୍ବାଦୁ କ୍ରିସ୍‌ମାସ୍‌୍‌ କେକ୍‌ ଖାଇବାର ମଜା ବେଶ୍‌ ଆନନ୍ଦ ଦେଇଥାଏ।

ମନାଲି: ତୁଷାରପାତର ଶୀତଳ ପରଶରେ କ୍ରିସ୍‌ମାସ୍‌ ମନାଇବାର ମଜା ହିଁ କିଛି ଖାସ୍‌। ଏଥିପାଇଁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ କହିଲେ ଭୁଲ୍‌ ହେବ ନାହିଁ। କାରଣ କ୍ରିସ୍‌ମାସ୍‌ ଅବସରରେ ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫରେ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ।

କେରଳ: ଏଠାରେ ବି ଅନେକ ଗିର୍ଜାଘର ରହିଛି। କ୍ରିସ୍‌ମାସ୍‌ ସମୟରେ ଏହି ଗିର୍ଜାଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇ ପର୍ଯ୍ୟଟକଙ୍କ ନିମନ୍ତେ ରାତିସାରା ଖୋଲା ରଖାଯାଇଥାଏ। ସେହିପରି ଏଠାକାର ରେଷ୍ଟୁରାଣ୍ଟଗୁଡ଼ିକରେ ଭଲ ଡିସ୍‌କାଉଣ୍ଟରେ ସୁସ୍ବାଦୁ ବ୍ୟଞ୍ଜନ ପରଷାଯିବା ସହ ବ୍ୟାକ୍‌ଓ୍ବାଟର୍‌ରେ ବୋଟିଂ କରିବାର ମଜା ହିଁ ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri