Categories: ଫୁରସତ

କ୍ରିସ୍‌ମାସ୍‌ ଗିଫ୍ଟ

କ୍ରିସ୍‌ମାସ୍‌ ଅବସରରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇ କିଛି ଉପହାର ଭେଟି ଦେବାର ପରମ୍ପରା ରହିଛି। ତେବେ ଏହି ଅବସରରେ କ’ଣ ସବୁ ଉପହାର ଦେଇପାରିବେ ସେ ସମ୍ପର୍କରେ…

* ଏହି ଅବସରରେ ଫୁଲତୋଡା ବା ବୁକେ ହେଉଛି ସବୁଠାରୁ ଭଲ ଗିଫ୍ଟ ଅପ୍ସନ। ରଙ୍ଗିନ ଫୁଲର ବୁକେ ଉପହାର ସମସ୍ତଙ୍କୁ ଭଲ ଲାଗିଥାଏ।

* ବୁକେ ସହ କ୍ରିସ୍‌ମାସ୍‌ ଗ୍ରିଟିଙ୍ଗ୍ସ କାର୍ଡ ମଧ୍ୟ ଦେଇପାରିବେ। କାର୍ଡରେ କିଛି ସୁନ୍ଦର ମେସେଜ ଲେଖି ପ୍ରିୟଜନଙ୍କୁ ଗିଫ୍ଟ କରିପାରିବେ।

* କଲର୍‌ଫୁଲ୍‌ ଚକୋଲେଟ୍‌ ମଧ୍ୟ ଏହି ଅବସରରେ ଗିଫ୍ଟ କରିପାରିବେ। ଆପଣ ଚାହିଁଲେ ଘରେ ବିଭିନ୍ନ ଡ୍ରାଏଫ୍ରୁଟ୍ସ ଚକୋଲେଟ୍‌ ପ୍ରସ୍ତୁତ କରି ରଙ୍ଗିନ ଜରିରେ ପ୍ୟାକ୍‌ କରି ଦେଇପାରିବେ।

* ଏହି ଅବସରରେ ବଜାରରେ ମିଳୁଥିବା ବିଭିନ୍ନ କୁକିଜ୍‌ ଗିଫ୍ଟ ଆକାରରେ ଦେଇପାରିବେ। ଚାହିଁଲେ ବିଭିନ୍ନ ଫ୍ଲେଭର୍‌ର ହାତ ତିଆରି କୁକିଜ୍‌କୁ ଗିଫ୍ଟ ବକ୍ସରେ ପ୍ୟାକ କରି ଗିଫ୍ଟ କରିପାରିବେ।

* ଖାସ୍‌ କ୍ରିସ୍‌ମାସ୍‌ ପାଇଁ ବିଭିନ୍ନ ପ୍ରକାରର ଡେକୋରେଟିଭ ଏବଂ ସେଣ୍ଟେଡ କ୍ୟାଣ୍ଡେଲ ଉପଲବ୍ଧ ହେଉଛି। ଏହାକୁ ମଧ୍ୟ ଆପଣ ଦେଇପାରିବେ।

* ସାଙ୍ଗମାନଙ୍କ ପସନ୍ଦ ମୁତାବକ ତାଙ୍କୁ ଡିଜାଇନର ସ୍କାର୍ଫ ଗିଫ୍ଟ କରିପାରିବେ।

*ଖାସ ମହିଳାମାନଙ୍କୁ ଏହି ଅବସରରେ ତାଙ୍କ ପସନ୍ଦ ମୁତାବକ ବିୟୁଟି ପ୍ରଡକ୍ଟ ଉପହାର ସ୍ବରୂପ ଦେଇପାରିବେ।

* କ୍ରିସ୍‌ମାସ୍‌ ଥିମ୍‌କୁ ନେଇ ବିଭିନ୍ନ ଗୁଡିଜ୍‌ ଯଥା ମ୍ୟାଗନେଟ୍‌ ଷ୍ଟିକର୍‌, କି’ ରିଙ୍ଗ୍‌, ମୋବାଇଲ୍‌ କଭର୍‌, ଓ୍ବାର୍ମ ସକ୍ସ ଆଦି ମାର୍କେଟରେ ଉପଲବ୍ଧ ହେଉଛି। ଆପଣ ଚାହିଁଲେ ଏହି ସବୁ ଜିନିଷ ଉପହାର ସ୍ବରୂପ ଦେଇପାରିବେ।

Share