କ୍ରିକେଟ ୱାଲର୍‌ଡ କପ୍‌: ଇଣ୍ଡିଆ-ପାକିସ୍ତାନ ଲିଗ୍‌ ମ୍ୟାଚ ବେଟିଂ ଉପରେ ପୋଲିସର ନଜର

ବ୍ରହ୍ମପୁର ଅଫିସ,୧୭ା୬-ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ରବିବାର ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ମାଞ୍ଚେଷ୍ଟରରେ ହେଉଥିବା ମ୍ୟାଚ ପାଇଁ ବ୍ରହ୍ମପୁର ସହରରେ ବୁକିଂମାନେ ସକ୍ରିୟ ରହିଛନ୍ତି। କୋଟି କୋଟି ଟଙ୍କାର ବେଟିଂ କାରବାର ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାର ଅପରାହ୍ନରୁ ବ୍ରହ୍ମପୁର ସହର ଶୂନ୍‌ଶାନ୍‌ ହୋଇଯାଇଛି।
ଯୁବକମାନଙ୍କ ଦେଖା ମିଳୁନାହିଁ। ଏହି କ୍ରିକେଟ ମ୍ୟାଚ ଉପରେ ଏବେ ସାରା ଦେଶର ନଜର ରହିଛି। ବିଶେଷକରି ଅନ୍‌ଲାଇନ ବେଟିଂ କରୁଥିବା ଜୁଆଡ଼ିମାନେ ଏବେ ବିଭିନ୍ନ ପ୍ରକାର ଆପ୍‌ ବ୍ୟବହାର କରି ଭାରତ-ପାକିସ୍ତାନ ମ୍ୟାଚ୍‌ ଜିତା ହରାକୁ କେଉଁ ଖେଳାଳି ଶତକ ମାରିବେ, କିଏ ମ୍ୟାଚକୁ ଶେଷ ଭଲରେ ଜିତାଇବେ, ଏହା ସହିତ ପ୍ରତି ବଲ ଉପରେ, ଏପରି ଅନେକ ଦିଗରେ ବେଟିଂ ହେଉଛି। ସହରରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଏହି ବେଟିଂ ଚଳାଇଥିବା ବୁକିଂମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ଅନ୍‌ଲାଇନ ବେଟିଂ କାରବାର ଉପରେ ଗଠିତ ସ୍ବତନ୍ତ୍ର ଟିମ୍‌ କଡ଼ା ନଜର ରଖିଛି ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି।
ଜୁଆଡ଼ିଙ୍କ ଗତିବିଧିକୁ ପୋଲିସ ଟ୍ରାକିଂ କରୁଛି। ସେହିପରି ପୂର୍ବରୁ ଅନ୍‌ଲାଇନ ବେଟିଂ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ନଜରରେ ରଖିଛି। କ୍ରିକେଟ ମ୍ୟାଚକୁ ନେଇ ବ୍ରହ୍ମପୁରରେ ବିଗତ ବର୍ଷରେ ବ୍ୟାପକ ଅନ୍‌ଲାଇନ ବେଟିଂ କାରବାର ହୋଇଥିଲା। ଏଭଳି କାରବାରକୁ ଠାବ କରି ପୋଲିସ ଲକ୍ଷ ଲକ୍ଷ ଟଙ୍କା ଜବତ କରିବା ସହ ଜୁଆଡ଼ିଙ୍କୁ ଗିରଫ କରିଥିଲା। ରବିବାର ମ୍ୟାଚ ହେଉଥିବାରୁ ସହରରେ ଜୁଆଡ଼ିମାନେ ଏବେ ବେଶ୍‌ ସକ୍ରିୟ ହୋଇଛନ୍ତି। କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଯୁବପିଢ଼ି ବେଟିଂ ନିଶାରେ ପଡ଼ି ସର୍ବସ୍ବ ହରାଇ ବସୁଛନ୍ତି। ବିଗତ ଦିନରେ ବ୍ରହ୍ମପୁର ପୋଲିସ ଅନେକ କ୍ରିକେଟ ବେଟିଂ ଧରିଛି। ଗତବର୍ଷ ସେପ୍ଟେମ୍ବର ମାସରେ ପାକିସ୍ତାନ ଓ ବିଶ୍ୱ ଏକାଦଶ ମ୍ୟାଚ ପାଇଁ ଚାଲିଥିବା ଏକ ବେଟିଂ କାରବାର ଠାବ କରିଥିଲା ଟାଉନ ଥାନା ପୋଲିସ ଘଟଣାସ୍ଥଳରୁ ୬ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହିତ ୨ ବୁକିଂ ସମେତ ୪ ଜଣଙ୍କୁ ଗିରଫ କରିଥିଲା। କୋଲକାତା, ହାଇଦ୍ରବାଦ ଓ ମୁମ୍ବାଇରେ ରହୁଥିବା ମୁଖ୍ୟ ବୁକିଂଙ୍କ ସହଯୋଗରେ ବ୍ରହ୍ମପୁରରେ କେତେକ ସବ୍‌ବୁକିଂ ଏହି କାରବାର ଚଳାଇଥାନ୍ତି। କ୍ରିକେଟ ମ୍ୟାଚରେ ଅନ୍‌ଲାଇନ ବେଟିଂ ପ୍ରତି ଯୁବପିଢ଼ି ଅଧିକ ଆକୃଷ୍ଟ ହେଉଛନ୍ତି। ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ବେଟିଂ ହେଉଛି। ପୋଲିସର ସ୍ବତନ୍ତ୍ର ଟିମ୍‌ ଜୁଆଡ଼ିଙ୍କ ଉପରେ ନଜର ରଖିଛି। ଏହି ଟିମ୍‌ରେ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ସାଇବର ସେଲର କେତେକ ଅଧିକାରୀ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri