କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ ୧୫ କୋଟି ଟଙ୍କାରେ ସ୍ଥିର ରଖିଛନ୍ତି। ତେବେ ଚଳିତବର୍ଷ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ ବର୍ଷରେ କମ୍ପାନୀର ଡାଇରେକ୍ଟରମାନଙ୍କର ବେଶ ଦରମା ବଢ଼ିଛି। ସେଥିରେ ତାଙ୍କର ନିକଟ ସମ୍ପର୍କୀୟ ନିଖିଲ ଓ ହିତଲ ମେସଓ୍ବାନୀ ମଧ୍ୟ ସାମିଲ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରୁ ଏହା ଜଣାପଡିଛି। ଆର୍‌ଆଇଏଲ୍‌ର ସିଏମ୍‌ଡି ଭାବେ ମୁକେଶ ଆର୍ଥିକ ବର୍ଷ ୨୦୧୮-୧୯ରେ ପାରିଶ୍ରମିକ ଓ ଉତ୍ତା ବାବଦରେ ୪.୪୫ କୋଟି ଟଙ୍କା ନେଇଛନ୍ତି। ୨୦୧୭-୧୮ରେ ଏହା ୪.୪୯ କୋଟି ଟଙ୍କା ଥିଲା। ୨୦୦୯ ଅକ୍ଟୋବରରୁ ମୁକେଶ ନିଜ ଦରମା ୧୫ କୋଟି ଟଙ୍କାରେ ସୀମିତ ରଖିବାକୁ ଘୋଷଣା କରିଥିଲେ। ସେବେ ଠାରୁ ସେ ଟଙ୍କାଟିଏ ମଧ୍ୟ ଅଧିକ ଦରମା ନେଉନାହାନ୍ତି। ଏଥିପୂର୍ବରୁ ସେ ବାର୍ଷିକ ୨୪ କୋଟି ଟଙ୍କା ଦରମା ନେଉଥିଲେ। ତାଙ୍କର କମିଶନ ୯.୫୩ କୋଟି ଟଙ୍କାରେ ସ୍ଥିର ରହିଥିଲା ବେଳେ ପରିଲବ୍ଧ ବାବଦରେ ତାଙ୍କୁ ୨୭ ଲକ୍ଷ ବଦଳରେ ୩୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ଅବସର ଲାଭ ବାବଦରେ ତାଙ୍କୁ ୭୧ ଲକ୍ଷ ଟଙ୍କା ମିଳିଛି। ଅନ୍ୟପକ୍ଷରେ ମୁକେଶଙ୍କଠାରୁ ତାଙ୍କ ଆତ୍ମୀୟ ନିଖିଲ ଆର୍‌.ମେସଓ୍ବାନୀ ଓ ହିତଲ ଆର.ମେସଓ୍ବାନୀଙ୍କ ପାରିଶ୍ରମିକ ଅଧିକ ରହିଛି। ସେମାନେ ପ୍ରତ୍ୟେକ ୨୦.୫୭ କୋଟି ଟଙ୍କା ଲେଖାଏ ପାରିଶ୍ରମିକ ପାଇଛନ୍ତି। କମ୍ପାନୀରେ ଅଣ କାର୍ଯ୍ୟନିର୍ବାହୀ ଡାଇରେକ୍ଟର ଭାବେ ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ପ୍ରତ୍ୟେକ ବୈଠକରେ ଯୋଗଦେବା ବାବଦରେ ୭ ଲକ୍ଷ ଟଙ୍କା ଲେଖାଏ ପାଇଛନ୍ତି। ପୂର୍ବ ବର୍ଷ ଏହା ୬ ଲକ୍ଷ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri