Posted inଖେଳ

କୋହଲି ଶ୍ରେଷ୍ଠ:ୟୁସୁଫ

ନୂଆଦିଲ୍ଲୀ, ୧୪।୫-ସାମ୍ପ୍ରତିକ କ୍ରିକେଟରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ କିମ୍ବଦନ୍ତୀ କ୍ରିକେଟରମାନେ ଭିନ୍ନ ମତ ପୋଷଣ କରି ଆସୁଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ଜୋ ରୁଟ୍‌, ଷ୍ଟିଭ୍‌ ସ୍ମିଥ, କେନ୍‌ ୱିଲିୟମସନ ଆଦି ଖେଳାଳି ବ୍ୟାଟ୍ସମ୍ୟାନ ତାଲିକାର ଆଗରେ ରହିଛନ୍ତି। ଏ ସମ୍ପର୍କରେ ପାକିସ୍ତାନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ ନିଜ ମତ ରଖିଛନ୍ତି । ତାଙ୍କ ମତରେ ରୋହିତ, ରୁଟ୍‌, ସ୍ମିଥ ଓ ୱିଲିୟମସନ ସମସ୍ତେ ଭଲ, ମାତ୍ର ବର୍ତ୍ତମାନ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ”ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଅନେକ ଭଲ ଖେଳୁଛନ୍ତି। ତେବେ ସମସ୍ତ ଫର୍ମାଟକୁ ବିଚାରକୁ ନେଲେ କୋହଲିଙ୍କ ତୁଳନୀୟ କେହି ନୁହନ୍ତି। କୋହଲି ଯେପରି ପ୍ରତି ଇନିଂସରେ ଚାପ ପରିସ୍ଥିତିକୁ ହାତଉଛନ୍ତି ଏବଂ ଶତକ ପରେ ଶତକ ହାସଲ କରି ଚାଲିଛନ୍ତି ତାହା ଅବିଶ୍ୱସନୀୟ“ ବୋଲି ୟୁସୁଫ କହିଛନ୍ତି ।
କୋହଲି ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଯଥାକ୍ରମେ ୭,୨୮୦, ୧୧,୮୬୭ ଓ ୨,୭୯୪ ରନ ସଂଗ୍ରହ କରିଛନ୍ତି । କୋହଲି, ସ୍ମିଥ ଓ ୱିଲିୟମସନ ଏବେ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି । ଆଉ ଜଣେ ଯୁବ ବ୍ୟାଟ୍ସମ୍ୟାନ ଦ୍ରୁତ ଉନ୍ନତି କରି ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି । ସେ ହେଲେ ପାକିସ୍ତାନର ବାବର ଆଜମ। ୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି ଏବଂ ପାକିସ୍ତାନର ମୁଖ୍ୟ ବ୍ୟାଟ୍ସମ୍ୟାନ ପାଲଟି ଯାଇଛନ୍ତି। ଅନେକେ କୋହଲିଙ୍କ ସହ ବାବରଙ୍କୁ ତୁଳନା କରୁଛନ୍ତି। ମାତ୍ର ତାହା ଠିକ୍‌ ନୁହେଁ। କାରଣ ବାବର ଜଣେ ଯୁବ ଖେଳାଳି ହୋଇଥିବାବେଳେ କୋହଲି ଅଧିକ ମ୍ୟାଚ ଖେଳିଛନ୍ତି ଏବଂ ଅଭିଜ୍ଞ ହୋଇଛନ୍ତି। ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କୋହଲି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଲେ ଦର୍ଶକଙ୍କ କୋଳାହଳରେ ଷ୍ଟାଡିୟମ କମ୍ପିିଉଠେ। ତେବେ ଉଭୟ ଚମତ୍କାର ଖେଳାଳି ବୋଲି ୟୁସୁଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri