Categories: ଖେଳ

କୋହଲିଙ୍କ ଅପେକ୍ଷାରେ ସ୍ବତନ୍ତ୍ର ମାଇଲଷ୍ଟୋନ

ଥିରୁଭାନନ୍ତପୁରମ,୮।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ଅଧିକାରୀ ହେବାକୁ ଯାଉଛନ୍ତି। ଦେଶରେ ଖେଳାଯାଇଥିବା ଟି୨୦ ଫର୍ମାଟରେ ସେ ଏପର୍ଯ୍ୟନ୍ତ ୯୭୫ ରନ୍‌ କରିସାରିଛନ୍ତି। ପ୍ରଥମ ଭାରତୀୟ ଭାବେ ଦେଶରେ ଏକ ହଜାର ଟି୨୦ ରନ୍‌ ପୂରଣ କରିବା ଲାଗି କୋହଲିଙ୍କୁ ଆଉ ମାତ୍ର ୨୫ ରନ୍‌ ଦରକାର। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିପାରନ୍ତି। ତେବେ ବିଶ୍ୱର ତୃତୀୟ ଖେଳାଳି ଭାବେ ଘରୋଇ ଟି୨୦ରେ ଏକ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି। ପୂର୍ବରୁ କେବଳ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ (୧୪୩୦) ଓ କଲିନ ମୁନ୍‌ରୋ (୧୦୦୦) ଏହି ତାଲିକାରେ ରହିଛନ୍ତି।

Share