Categories: ଖେଳ

କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ

ଆଡିଲେଡ୍‌,୩୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୭ ହଜାର ରନ୍‌ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ୧୯୪୬ଠାରୁ ତିଷ୍ଠି ରହିଥିବା ୭୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବା ସହ ଭାରତୀୟ ବ୍ୟାଟିଂ ସେନସେଶନ ବିରାଟ କୋହଲିଙ୍କୁ ବହୁତ ପଛରେ ଛାଡ଼ି ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଚଳିତ ଟେଷ୍ଟରେ ୩୦ ବର୍ଷୀୟ ସ୍ମିଥ ୩୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଅବସରରେ ସେ ଏହି ମାଇଲଷ୍ଟୋନରେ ପହଞ୍ଚତ୍ଛନ୍ତି। ସେ କ୍ୟାରିୟରର ୧୨୬ତମ ଟେଷ୍ଟ ଇନିଂସରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଓ୍ବାଲଟର ହାମ୍ମଣ୍ଡଙ୍କ ନାମରେ ଥିଲା। ସେ ୧୩୧ ତମ ଇନିଂସ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଏହି ତାଲିକାରେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ଓ ସଚିନ ତେନ୍ଦୁଲକର ରହିଛନ୍ତି। ଦୁହେଁ ଏହି ମାଇଲଷ୍ଟୋନରେ ପହଞ୍ଚତ୍ବା ପାଇଁ ଯଥାକ୍ରମେ ୧୩୪ ଓ ୧୩୬ତମ ଇନିଂସରେ ନେଇଥିଲେ। ତେବେ କୋହଲିଙ୍କୁ ୭ ହଜାର ରନ୍‌ କରିବାକୁ ୧୩୮ଟି ଇନିଂସ ଖେଳିବାକୁ ପଡ଼ିଥିଲେ। ସମାନ ସଂଖ୍ୟକ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ଗ୍ୟାରି ସୋବର୍ସ ଓ କୁମାର ସଙ୍ଗାକାରା ମଧ୍ୟ ୭ ହଜାର ରନ୍‌ ପୂରଣ କରିଥିଲେ। ସ୍ମିଥ କିମ୍ବଦନ୍ତୀ ଡନ ବ୍ରାଡମ୍ୟାନଙ୍କ କ୍ୟାରିୟରର ରନ୍‌ ୬,୯୯୬କୁ ଅତିକ୍ରମ କରି ଯାଇଛନ୍ତି। ସେ ଦେଶର ୧୧ତମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୭୦୦୦ରୁ ଅଧିକ ରନ୍‌ କରିଛନ୍ତି। ଏଥିନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଟୁଇଟ୍‌ କରି ସ୍ମିଥଙ୍କୁ ଶୁଭେଚ୍ଛା ଦେଇଛି। ଉଲ୍ଲେକଥାଉ କି, ଏପର୍ଯ୍ୟନ୍ତ ୭୦ ଟେଷ୍ଟ ଖେଳିଥିବା ସ୍ମିଥ ୨୬ ଶତକ ବଳରେ ୭୦୧୩ ରନ୍‌ କରିସାରିଛନ୍ତି।

Share