କୋଷ୍ଟଗାର୍ଡରେ ସାମିଲ ହେଲା ‘ଭରଦ୍‌’

ପାରାଦୀପ, ୧୯।୩ (ସ୍ବ.ପ୍ର.): ଉତ୍ତର-ପୂର୍ବ ଉପକୂଳ ସମୁଦ୍ର ସୀମାରେ ପାଟ୍ରୋଲିଂ ପାଇଁ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଭରଦ’ ସାମିଲ ହୋଇଛି। ବୁଧବାରଠାରୁ ଏହା ପାରାଦୀପସ୍ଥିତ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ-୭ରୁ ପାଟ୍ରୋଲିଂ ଆରମ୍ଭ କରିଛି ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜରେ ୩୦ ଏମ୍‌.ଏମ୍‌. ଗନ୍‌, ୧୨.୭ ଏମ୍‌.ଏମ୍‌. ଗନ୍‌ ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ରହିଛି। ୯୮ମିଟର ଲମ୍ବ ଓ ୨୧୦୦ ଟନ୍‌ ବିଶିଷ୍ଟ ଓଜନର ଏହି ଜାହାଜରେ କେତେକ ସ୍ବୟଂ ସୁବିଧା ରହିଛି। ବର୍ଥରେ ଲାଗିବା ବେଳେ ଏହା ପୋଲ ଭଳି ସ୍ବୟଂ ଶିଡ଼ି କରିବ ଏବଂ ଏଥିରେ ପ୍ଲାଟଫର୍ମର ସୁବିଧା ମଧ୍ୟ ରହିଛି। ସ୍ବୟଂ ବିଦ୍ୟୁତ୍‌ ପ୍ରକ୍ରିୟାକରଣ ବ୍ୟବସ୍ଥା ସହ ଉନ୍ନତମାନର ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦୁଇଟି ହେଲିକପ୍ଟର ଉଡ଼ାଣ ଭରିବା ଭଳି ବ୍ୟବସ୍ଥା, ୪ ହାଇସ୍ପିଡ ବୋଟ୍‌, ଦୁଇଟି ଅଗ୍ନି ନିର୍ବାପକ ଫାଇବର ବୋଟ୍‌, ‘ଲ’ ଇନ୍‌ଫୋର୍ସମେଣ୍ଟ, ମେରିଟାଇମ୍‌ ପାଟ୍ରୋଲିଂ ଅପରେଶନ କାମ ଆଦି କାମ କରିବାର କ୍ଷମତା ‘ଭରଦ’ ପାଖରେ ରହିଛି। ଏହା ଘଣ୍ଟା ପ୍ରତି ୪୬.୮ କିମି ବା ୨୬ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏହାର ୨ଟି ଡିଜେଲ ଇଞ୍ଜିନ୍‌ ରହିଛି। ଏକାଥରେ ୫ହଜାର ନଟିକାଲ ମାଇଲ (୯ହଜାର) କିମି ଯାଇପାରିବ। ଏଥିରେ କୋଷ୍ଟଗାର୍ଡ କମାଣ୍ଡାଣ୍ଟ ପିଣ୍ଟୁ ବାଗ୍‌ଙ୍କ ସମେତ ୧୧ ଅଫିସର ଓ ୯୧ ଜଣ ଜବାନ ଅଛନ୍ତି। ଏଲ୍‌ ଆଣ୍ଡ ଟି କମ୍ପାନୀ ପକ୍ଷରୁ ନିର୍ମିତ ଏହି ଜାହାଜ ଉତ୍ତର-ପୂର୍ବ ମୁଖ୍ୟାଳୟ କଲିକତାଠାରେ ଗତ ଫେବୃୟାରୀ ୨୮ରେ (କମିଶନିଂ) କୋଷ୍ଟଗାର୍ଡରେ ସାମିଲ ହୋଇଥିଲା। ବୁଧବାରଠାରୁ ଏହା ପାରାଦୀପରେ ସେବା ଆରମ୍ଭ କରିଛି। ଏହାକୁ ମିଶାଇ ପୂର୍ବ ଉପକୂଳରେ କୋଷ୍ଟଗାର୍ଡର ୭ଟି ଜାହାଜ ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଛି। ଉପକୂଳ ସୁରକ୍ଷା, ଶତ୍ରୁପକ୍ଷ ମୁକାବିଲା, ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟ, ସାମୁଦ୍ରିକ ପ୍ରଦୂଷଣ ରୋକିବା, ପାଣିରେ ତେଲ ଆସ୍ତରଣକୁ ନଷ୍ଟ କରିବା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ବିପଦ ବେଳେ ରକ୍ଷା କରିବା, ଜଳଯାନରେ ଅଗ୍ନିକାଣ୍ଡ ବେଳେ ଉଦ୍ଧାର କାମ କରିବା ପାଇଁ ପାଟ୍ରୋଲିଂ ଜାହାଜ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri