କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜୟପୁର,୧୭।୧୨(ଡି.ଏନ୍‌.ଏ.): କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, କ୍ୟାଣ୍ଟିନ ପ୍ରଭୃତି ଦାବି ନେଇ ଯୁବ ଛାତ୍ର କ୍ରାନ୍ତି ସଂଗଠନର ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।