କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ ୧୫୫.୪ ମିମି ବର୍ଷା ହୋଇଥିବାବେଳେ ସେମିଳିଗୁଡା ବ୍ଲକରେ ୫୯ ମିମି, କୋଟପାଡ ବ୍ଲକରେ ୧୨୮ ମିମି, ପଟ୍ଟାଙ୍ଗି ବ୍ଲକରେ ୪୫.୨ ମିମି, ନାରାୟଣପାଟଣା ବ୍ଲକରେ ୧୦.୪ ମିମି, କୋରାପୁଟ ବ୍ଲକରେ ୭୦.୮ ମିମି, ଲମତାପୁଟ ବ୍ଲକରେ ୬୯.୨ ମିମି ,ଦଶମନ୍ତପୁର ବ୍ଲକରେ ୫୮ ମିମି, ଲକ୍ଷ୍ମୀପୁର ବ୍ଲକରେ ୮ ମିମି, ଜୟପୁର ବ୍ଲକରେ ୫୪.୮ ମିମି, ବନ୍ଧୁଗାଁ ବ୍ଲକରେ ୧୫ ମିମି, କୁନ୍ଦ୍ରା ବ୍ଲକରେ ୪୪ ମିମି, ବୋରିଗୁମ୍ମା ବ୍ଲକରେ ୧୦୦.୪ ମିମି ବର୍ଷା ହୋଇଥିବାବେଳେ ବୈପାରିଗୁଡା ବ୍ଲକରେ ୬୦ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୁଚନା ମିଳିଛି। ନନ୍ଦପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ନନ୍ଦପୁର ଓ ଲମତାପୁଟ ରାସ୍ତାରେ ଏକ ବ୍ରିଜ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ନନ୍ଦପୁର ଓ ଲମତାପୁଟ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଇନ୍ଦ୍ରାବତୀର ୨ଟି ଗେଟ ଖୋଲାଯାଇଥିବା ଏବଂ କୋଟପାଡ଼ ଅଞ୍ଚଳରେ ୧୨୮ ମିମି ବର୍ଷା ହୋଇଥିବାରୁ ବରାଣ୍ଡି ସୁର୍ଲୀ ଓ ଷଡରଙ୍ଗା ଆଦି ବ୍ରିଜରେ ବର୍ଷା ପାଣି ବୃଦ୍ଧି ପାଇଥିଲେ ମଧ୍ୟ ସମସ୍ତ ଅଞ୍ଚଳରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜିଲା ଜରୁରୀ ଅଧିକାରୀ ସିର୍ଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ତେଲେଙ୍ଗିରି ଡ୍ୟାମରେ ଜଳସ୍ତର ୬୨୫.୨୦ ମିଟର ରହିଥିବାବେଳେ ଏହାର ବିପଦ ସଙ୍କେତ ଜଳସ୍ତର ହେଉଛି ୬୩୩ ମିଟର, ସେହିପରି କୋଲାବ ଡ୍ୟାମର ଜଳସ୍ତର ଶୁକ୍ରବାର ୮୫୪.୭୫ ମିଟର ଥିବାବେଳେ ଏହାର ବିପଦ ସଙ୍କେତ ଜଳସ୍ତର ହେଉଛି ୮୫୮ ମିଟର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri