କୋମାରେ ପ୍ରି-ପେଡ୍‌, ପିଙ୍କ୍‌ ଅଟୋ ସେବା

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥା। ନିଜ ଗାଡ଼ି ଧରି ଯିବା ଅପେକ୍ଷା ଲୋକେ ବସ୍‌ କିମ୍ବା ଅଟୋ ଭଳି ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯିବାକୁ ଉଚିତ ମଣୁଛନ୍ତି। ଯେଉଁଥିପାଇଁ ଫାଙ୍କା ପଡ଼ୁଥିବା ‘ମୋ ବସ୍‌’ ବି ଆଜିକାଲି ପୂରା ପୂରା ଲାଗୁଛି। ପ୍ରଥମଥର ପାଇଁ ମୋ ବସ୍‌ ଦୈନିକ ଯାତ୍ରୀସଂଖ୍ୟା ୯୦ ହଜାର ଟପି ରେକର୍ଡସ୍ତରରେ ପହଞ୍ଚିଛି। ଏପଟେ ଯାତ୍ରୀ ପାଇଁ ବାଡ଼ିଆପିଟା ହେଉଥିବା ଅଟୋ ଚାଳକଙ୍କୁ ମଧ୍ୟ ଭଲ ଯାତ୍ରୀ ମିଳୁଛନ୍ତି। ତେବେ କିଛି ଅଟୋଚାଳକଙ୍କ ଦୌରାମତ୍‌ୟ ଯୋଗୁ ଭୁବନେଶ୍ୱରରେ ଅଟୋରେ ଯାତ୍ରା କରିବା ବିଶେଷକରି ମହିଳାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଟୋରେ ମାତ୍ରାଧିକ ଯାତ୍ରୀ ଯୋଗୁ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହେଉଛି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ପ୍ରି-ପେଡ୍‌ ଓ ପିଙ୍କ୍‌ ଅଟୋସେବା ଏବେ କୋମାରେ ପଡ଼ିଛି। କମିଶନରେଟ୍‌ ପୋଲିସର ଦୁଇଟି ଯାକ ଅତ୍ୟାଧୁନିକ ଓ ବହୁଚର୍ଚ୍ଚିତ ସେବା ପାଇବାରୁ ସାଧାରଣ ଲୋକେ ବଞ୍ଚତ୍ତ ହେଉଥିବାବେଳେ ଏପଟେ ସୁରକ୍ଷା ଆଳରେ ହେଲ୍‌ମେଟ୍‌ ଚେକିଂରେ ମାତିଛି ପୋଲିସ।
କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରି-ପେଡ୍‌ ଓ ପିଙ୍କ୍‌ ଅଟୋସେବା ଆରମ୍ଭ ହେବାର ଇତିମଧ୍ୟରେ ବହୁବର୍ଷ ବିତିଯାଇଛି। ହେଲେ ଉଭୟ ସେବା ଏବେ ପ୍ରାୟତଃ ଅଚଳ ହୋଇପଡ଼ିଛି। ପ୍ରଚାର ପ୍ରସାର ଅଭାବରୁ ପ୍ରି-ପେଡ୍‌ ଅଟୋସେବା ସମ୍ପର୍କରେ ଅଧିକାଂଶ ଯାତ୍ରୀ ଏବେବି ଅଜଣା। ଏପଟେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୩ଟି କାଉଣ୍ଟର ଖୋଲାଯାଇଥିଲା ସେଥିରୁ ଗୋଟିଏ କାଉଣ୍ଟର ବନ୍ଦ ହୋଇପଡ଼ିଛି। ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନ୍‌ କାଉଣ୍ଟର ଚାଲୁଥିବାବେଳେ କିଟ୍‌ ଛକରେ ଥିବା କାଉଣ୍ଟର୍‌ ବନ୍ଦ ହୋଇଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଅଟୋ ଉପରେ ନିର୍ଭର କରି ଯାତାୟାତ କରୁଥିବାବେଳେ ଏହି ପ୍ରି-ପେଡ୍‌ ସେବା କିନ୍ତୁ କୌଣସି କାମରେ ଆସୁନି। ଯାତ୍ରୀମାନଙ୍କୁ କମ୍‌ ଭଡ଼ା ଓ ନିରାପଦରେ ଘରେ ପହଞ୍ଚାଇବା ସହ ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ କମିଶନରେଟ ପୋଲିସର ଏହି ବହୁଚର୍ଚ୍ଚିତ ସେବା ସମ୍ପର୍କରେ ଅଧିକାଂଶ ଯାତ୍ରୀ ଜାଣି ନ ଥିବାରୁ ପଞ୍ଜୀକୃତ ଅଟୋଚାଳକଙ୍କୁ ଯାତ୍ରୀ ମିଳୁନାହାନ୍ତି। ଏପରି କି ରାଜଧାନୀରେ ଏଭଳି ବ୍ୟବସ୍ଥା ଥିବା ଖୋଦ୍‌ ରାଜଧାନୀବାସୀଙ୍କୁ ମଧ୍ୟ ଜଣାନାହିଁ। ସେହିଭଳି ବୁକିଂ କାଉଣ୍ଟରରେ ଦୀର୍ଘ ସମୟ ଧରି ଲାଇନ୍‌ରେ ଛିଡ଼ାହୋଇ ଫର୍ମ ପୂରଣ କରି ଅଟୋରେ ଯିବା ପାଇଁ ବହୁ ଯାତ୍ରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ମାଷ୍ଟରକ୍ୟାଣ୍ଟିନ୍‌ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବି ପ୍ରି-ପେଡ୍‌ ଅଟୋକୁ ୨୦ଜଣ ଯାତ୍ରୀ ମିଳିବା କଷ୍ଟକର ହୋଇପଡ଼ୁଛି। ଯାତ୍ରୀ ମିଳୁ ନଥିବାରୁ ଅଟୋଚାଳକମାନେ ମଧ୍ୟ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ୨୪ଘଣ୍ଟା ସେବା ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ରହୁଛି।
ଅନ୍ୟପକ୍ଷରେ ପିଙ୍କ୍‌ ଅଟୋରେ ଦେଖିବାକୁ ମିଳୁନାହାନ୍ତି ମହିଳା ଯାତ୍ରୀ। ମହିଳାଙ୍କ ପାଇଁ ଉଦ୍ଦିଷ୍ଚ ଅଟୋରେ ପୁରୁଷ ଯାତ୍ରୀ ଯାତାୟାତ କରୁଛନ୍ତି। ମହିଳାଙ୍କ ସୁରକ୍ଷା ଦିଗରେ ଆରମ୍ଭ ହୋଇଥିବା ଏହି ଅଟୋସେବା ବାଟବଣା ହୋଇଥିବାବେଳେ ରାଜଧାନୀରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅସଦାଚରଣ ବଢୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri