କୋଭିଡ-୧୯ ସହ ଲଢିବାକୁ ପିଏମ୍‌ କେୟାର୍ସ ଫଣ୍ଡ ‘ଅନାବଶ୍ୟକ’: ସିପିଆଇ(ଏମ୍‌)

ନୂଆଦିଲ୍ଲୀ,୨।୪: କୋଭିଡ-୧୯ ସହ ଲଢିବାକୁ ପୃଥକ ଭାବେ ‘ପିଏମ୍‌ କେୟାର୍ସ’ ପଣ୍ଡ ଗଠନ କରିବା ଅନାବଶ୍ୟକ ବୋଲି କହିଛି କମ୍ୟୁନିଷ୍ଟି ପାର୍ଟି ଅଫ୍‌ ଇଣ୍ଡିଆ(ମାର୍କସିଷ୍ଟ)। ସେ କହିଛି ପ୍ରାଇ ମିନିଷ୍ଟର୍ସ ନ୍ୟାଶନାଲ ରିଲିଫ୍‌ ଫଣ୍ଡ(ପିଏମ୍‌ଏନ୍‌ଆର୍‌ଏଫ୍‌) କୋଭିଡ-୧୯ ପାଇଁ ସଂଗୃହିତ ଦାନ ଗ୍ରହଣ କରିବାରେ କୌଣସି ଅସୁବିଧା ନ ଥିଲା। ଏହି ଫଣ୍ଡ ୧୯୪୮ରୁ ଗଠନ କରାଯାଇଥିବା ବେଳେ ଏବେ ସେଥିରେ ଖର୍ଚ୍ଚ ନ ହୋଇ ୩,୮୦୦କୋଟି ଟଙ୍କା ସଞ୍ଚୟ ହୋଇ ରହିଛି। ଏହା ସିଏଜି ଦ୍ୱାରା ଅଡିଟ୍‌ କରାଯାଉଥିବା ବେଳେ ଏହି ଆକାଉଣ୍ଟ ସମ୍ପୂର୍ଣ୍ଣ ସ୍ବଚ୍ଛ। ଏଥିରେ ଦାନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ଅଟୋ ଜେନେରେଟେଡ ରିସିପଟ ମଧ୍ୟ ଦିଆଯାଇଥାଏ। ତେଣୁ ପ୍ରାଇ ମିନିଷ୍ଟର୍ସ ନ୍ୟାଶନାଲ ରିଲିଫ୍‌ ଫଣ୍ଡ ଥାଉ ଥାଉ ପୁଣି ଥରେ କାହିଁକି ‘ପିଏମ୍‌ କେୟାର୍ସ’ ପଣ୍ଡ ଗଠନ କରାଗଲା ବୋଲି ଅନେକ ପ୍ରଶ୍ନ ଉଠୁଥିବା କହିଛି ସିପିଆଇ(ଏମ୍‌)। ‘ପିଏମ୍‌ କେୟାର୍ସ’ ପଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସଦସ୍ୟ ଥିବା ବେଳେ କୌଣସି ବିରୋଧୀ ଦଳ ନେତା ବା ସିଭିଲ ସୋସାଇଟି ଲିଡର ନ ଥିବା ଆଉ ଏକ ପ୍ରଶ୍ନ ବୋଲି କହିଛି ସିପିଆଇ(ଏମ୍‌)। ତେଣୁ ‘ପିଏମ୍‌ କେୟାର୍ସ’ ପଣ୍ଡ ସ୍ବଚ୍ଛ ନୁହେଁ ବୋଲି ମଧ୍ୟ ସିପିଆଇ(ଏମ୍‌) ଅଭିଯୋଗ ଆଣିଛି।

Share