କୋଭିଡ୍‌-୧୯ ଲଢ଼େଇରେ ସିଟିଟିସି

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଭାରତର ମହାକାଶ ଅଭିଯାନ ‘ମଙ୍ଗଳାୟନ’ ଏବଂ ‘ଚନ୍ଦ୍ରାୟନ-୨’ ପ୍ରସ୍ତୁତିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବାପରେ ଏବେ କୋଭିଡ୍‌-୧୯ ଲଢେଇରେ ଗୁରୁଦାୟିତ୍ୱ ନେଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି)। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ଏମ୍‌ଏସ୍‌ଏମ୍‌ଇ ଟେକ୍ନୋଲୋଜି ସେଣ୍ଟରଗୁଡ଼ିକ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏମାନଙ୍କ ମଧ୍ୟରେ ଆଗରେ ରହିଛି ଭୁବନେଶ୍ୱରସ୍ଥିତ ସିଟିଟିସି। କରୋନା ସଂକ୍ରମଣକୁ ରୋକିବା ସହ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଏହି ସେଣ୍ଟର ସମସ୍ତ ପ୍ରକାର ଟେକ୍ନିକାଲ ସହାୟତା ଯୋଗାଇଦେଇଛି। ପ୍ରଥମେ କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବା ‘ଆମ୍ବୁବ୍ୟାଗ୍‌ ଭେଣ୍ଟିଲେଟର’ ଏବଂ ପରେ ‘ଅଟୋମେଟିକ୍‌ ସାନିଟାଇଜର୍‌ ଟନେଲ୍‌’ ତିଆରି କରିବା ପରେ ଏବେ କୋଭିଡ୍‌-୧୯ ଟେଷ୍ଟିଂ ମେଶିନର କେତେକ ଗୁରୁତ୍ୱପୁର୍ଣ୍ଣ ଯନ୍ତ୍ରପାତି ପ୍ରସ୍ତୁତ କରୁଛି। ଏହି ‘ରିୟଲ୍‌ ଟାଇମ୍‌ କ୍ୱାଣ୍ଟିଟେଟିଭ୍‌ ମାଇକ୍ରୋ ପିସିଆର୍‌ ସିଷ୍ଟମ’ ଏକ ଘଣ୍ଟାରୁ ବି କମ୍‌ ସମୟ ମଧ୍ୟରେ ରୋଗୀଙ୍କ ରିପୋର୍ଟ ଦେଇପାରୁଛି। ବିଶାଖାପାଟଣାରେ ଥିବା ଆନ୍ଧ୍ରପ୍ରଦେଶ ମେଡ୍‌ଟେକ୍‌ ଜୋନ୍‌(ଏଏମ୍‌ଟିଜେଡ୍‌) ଦ୍ୱାରା ପ୍ରସ୍ତୁତ ଟେଷ୍ଟିଂ ମେଶିନର ପ୍ରମୁଖ ଯନ୍ତ୍ରାଂଶ ସିଟିଟିସିର ଭୁବନେଶ୍ୱର ଶାଖା ସହ ଜାମସେଦପୁର ଓ କଲିକତା ସେଣ୍ଟର ତିଆରି କରୁଛନ୍ତି।
ସମଗ୍ର ଦେଶରେ ଏବେ ୧୮ଟି ଟେକ୍ନୋଲୋଜି ସେଣ୍ଟର ରହିଥିବା ବେଳେ ଏଗୁଡ଼ିକ ବିଭିନ୍ନ କ୍ଷେତ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ପ୍ରଶିକ୍ଷିତ ମାନବସମ୍ବଳ, ପରାମର୍ଶଭିତ୍ତିକ ସେବା ଆଦି ଯୋଗାଇ ଦେଇଥାନ୍ତି। ଏହାସହ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆବଶ୍ୟକ ସମସ୍ତ ପ୍ରକାର ଯାନ୍ତ୍ରିକ ଏବଂ ଟେକ୍ନିକାଲ ସହାୟତା ଯୋଗାଇ ଦେଇଥାନ୍ତି। ହେଲେ ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ ଲଢେଇରେ ଏହି ସେଣ୍ଟରଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି। ବିଶେଷକରି ଭୁବନେଶ୍ୱର ସମେତ ଅନ୍ୟ ଦୁଇ ଶାଖା ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଟେଷ୍ଟିଂ ମେଶିନର ଉପକରଣ ତିଆରି କରୁଥିବାବେଳେ ଏଥିପାଇଁ ଦିନରାତି ସ୍ବତନ୍ତ୍ର ଟିମ୍‌ କାମ କରୁଛନ୍ତି। ଏହାମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ମେଶିନ ଉପକରଣ ଏଏମ୍‌ଟିଜେଡ୍‌କୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ କିଟ୍‌ରେ ୨୦ଟି ହାର୍ଡଓ୍ବେର୍‌ ଉପକରଣ ରହୁଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

‘ଚନ୍ଦ୍ରାୟନ-୨’ରେ ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ

ଚନ୍ଦ୍ରାୟନ ଅଭିଯାନରେ ସିଟିଟିସି ଭୁବନେଶ୍ୱରର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିଲା। ‘ଚନ୍ଦ୍ରାୟନ-୨’ ପାଇଁ ଏଠାରେ ବିଭିନ୍ନ କମ୍ପୋନେଣ୍ଟ ତଥା ଉପକରଣ ସହ ଲଞ୍ଚ୍‌ ଭେହିକିଲ୍‌ ପାଇଁ ୨୨ ପ୍ରକାରର ସାମଗ୍ରୀ ତିଆରି କରାଯାଇଥିଲା। କେବଳ ଏତିକି ନୁହେଁ, ଏହି ମହାକାଶ ଯାନର ଫୁଏଲ୍‌ ଭାଲ୍‌ବ ମଧ୍ୟ ତିଆରି କରିଥିଲା ଏହି ସିଟିଟିସି। ଜିଏସ୍‌ଏଲ୍‌ଭି ରକେଟ୍‌ର କ୍ରାୟୋଜେନିକ୍‌ ଇଞ୍ଜିନର ବିଭିନ୍ନ ଅଂଶ ସହ ଇନର୍ସିଆଲ ମୋମେଣ୍ଟମ୍‌ ଏବଂ ନ୍ୟାଭିଗେଶନ ଜାଣିବା ପାଇଁ ୭ଟି ସୋଲାର୍‌ ଆରେ ଡ୍ରାଇଭ୍‌ ଆସେମ୍ଲି(ଏସ୍‌ଏଡିଏ) ମୋଟର ଏଠାରେ ପ୍ରସ୍ତୁତ କରାଯାଇଥିଲା। ତେବେ ମୁନ୍‌ ରୋଭର୍‌ ‘ପ୍ରଜ୍ଞା’ ପାଇଁ ଲିମ୍ବ୍‌ସ ବା ଗୋଡ଼ ତିଆରି କରିବା ସେଣ୍ଟର ପାଇଁ ସବୁଠାରୁ ଅଧିକ ଚ୍ୟାଲେଞ୍ଜିଂ ଥିଲା। ସେହିଭଳି ମଙ୍ଗଳାୟନ ସମୟରେ ବି ଭୁବନେଶ୍ୱର ସିଟିଟିସି ଶାଖା ଗୁରୁ ଦାୟିତ୍ୱ ଗ୍ରହଣ କରିଥିଲା। ସେତେବେଳେ ବି ମହାକାଶ ଯାନର ବହୁ ସାମଗ୍ରୀ ଏଠାରେ ତିଆରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri