କୋଭିଡ୍‌-୧୯ ମୁକାବିଲା: ଟାଟା ସନ୍ସ ଦେଲା ୧୦୦୦ କୋଟି

ନୂଆଦିଲ୍ଲୀ, ୨୯। ୩: କୋଭିଡ ଲଢେଇ ଲାଗି ସାରା ଦେଶର ଉଦ୍ୟୋଗପତି ନିଜର ଯୋଗଦାନ ରଖୁଛନ୍ତି। କରୋନା ମୁକାବିଲା ଲାଗି ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରାଯାଇଛି। ଟାଟା ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା କହିଛନ୍ତି ଯେ, ଜରୁରିକାଳୀନ ସେବା ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚିବାର ଆବଶ୍ୟକତା ରହିଛି। ଏହାବାଦ ଟାଟା ସନ୍ସ ପକ୍ଷରୁ ୧୦୦୦ କୋଟି ଟଙ୍କା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ମୋଟ ଭାବେ କହିବାକୁ ଟାଟା ସମୁଦାୟ ମୋଟ ୧୫୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛି। ସେହିଭଳି ସମ୍ଭାବ୍ୟ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୋନାଲିକା ଟ୍ରାକ୍ଟର ପକ୍ଷରୁ ଏହାର କର୍ମଚାରୀଙ୍କୁ ମାର୍ଚ୍ଚ ମାସ ପାଇଁ ୨୦ ଦିନର ଅଗ୍ରୀମ ବେତନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରାଷ୍ଟ୍ରାୟତ୍ତ ଜଳ ବିଦ୍ୟୁତ ନିଗମ ପକ୍ଷରୁ କରୋନା ମୁକାବିଲା ଲାଗି ୪.୫ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ଏହାର ସିଏମ୍‌ଡି ଏ.କେ.ସିଂ ସୂଚନା ଦେଇଛନ୍ତି।

Share